ଦାଦନ ଦୁଃଖ
ଦାଦନ ଦୁଃଖ
ଘୋର ଅର୍ଥାଭାବ ଜଳୁନି ଚୁଲି
ରହିଲାଣି ପେଟ ଓଳିଏ ଖାଲି I
ଅସହ୍ୟ ହେଉଛି ପେଟର ଭୋକ
ଆସିଗଲା ମାଡି ଗଭୀର ଦୁଃଖ l
ପିଲା ଛୁଆ ପତ୍ନୀ ଆଖିରେ ଲୁହ
ବାପା ମାଆ ହୃଦୟେ ଭର୍ତ୍ତି କୋହ l
ଦାଦନ ଖଟି ଆସିଥିଲି ଧାଇଁ
ଘର ଲୋକଙ୍କୁ ଦାନା ମୁଠେ ପାଇଁ l
କିଛି ଅର୍ଥ ଉପାର୍ଜନ କରିବି
ଆନନ୍ଦରେ ସଂସାର ଚଳାଇବି I
ବହୁ ବନ୍ଧୁ ମେଳରେ ଚାଲିଗଲି
ସଦା କଠିନ ପରିଶ୍ରମ କଲି l
କାମ କରିଲେ ପାଉଣା ପାଇଲି
ଦେହ ଅସୁସ୍ଥ ହେଲେ ହାତ ଖାଲି l
ପାଇବା ଆଶାରେ ଦୁଇ ପଇସା
ବାହାରକୁ ଆସି ହେଲି ନିରାଶା l
>
ରୋଜଗାର ଠୁ ବେଶୀ ନିର୍ଯ୍ୟାତନା
ବଢି ବଢି ଗଲା ଆମ ଯାତନା l
ଲାଗି ରହେ ଅଭାବ ଅନଟନ
ଯନ୍ତ୍ରଣା ଦାୟକ ଆମ ଜୀବନ l
ଆମ ଦୁର୍ଦ୍ଦିନେ ନାହିଁ କେହି ସାହା
ବିପଦେ କହନ୍ତିନି ପଦେ ଆହା l
ଗରୀବର ନାହିଁ ଟିକେ ସମ୍ମାନ
ମରଣ ବାଟ ଚାହିଁ ବିତେ ଦିନ l
କେଉଁ ଜନ୍ମ ପାପ ବୋଲି ଦାଦନ
ସବୁଠି ହୁଏ ଭାରି ହୀନିମାନ l
ଶ୍ରମିକ ଶ୍ରମେ ଦେଶର ଉନ୍ନତି
ତଥାପି ସୁଧୁରୁନି ତାଙ୍କ ସ୍ଥିତି l
କାମ ମାଧ୍ୟମେ ଆମେ ସେବା କରି
ଖୁସି ଭରି ଦେଉ ମନେ ସବୁରି l
ନିଶ୍ଚେ ସେମାନଙ୍କୁ ସମ୍ମାନ ଦେବା
ଦେଶ ପ୍ରଗତିରେ ସାମିଲ ହେବା l