STORYMIRROR

Alok kumar Das

Inspirational

4  

Alok kumar Das

Inspirational

ସହାନୁଭୂତି

ସହାନୁଭୂତି

1 min
373


ହୃଦୟ ଯେବେ ଭରିଯାଏ କୋହଭରା ଯନ୍ତ୍ରଣାରେ

ଆଖିରୁ ଅସହାୟର ଲୁହ ଚାଲେ ବୋହି,

ଏ ହୃଦୟ ବିଚରା ଖୋଜେ ଟିକେ

ସାହାଯ୍ୟର ନିବିଡ଼ ବନ୍ଧନ, ସହାନୁଭୂତି।


ମଣିଷ ପାଇଁ ଭାବନାର ସୁନ୍ଦର ପରିପ୍ରକାଶ

ସ୍ନେହ ଶ୍ରଦ୍ଧା କରୁଣାର ପ୍ରୀତି,

ସମ୍ପର୍କର ଅମୃତ ଅନୁଭବ

ସହହୃଦୟତାର ଏକ ପରିଚୟ, ସହାନୁଭୂତି।


ସମ୍ପର୍କତ ଅଚ୍ଛାଦିତ ବିଷର ବଳୟରେ

ସ୍ୱାର୍ଥାନ୍ଧ ମଣିଷ ମାନଙ୍କ ପାଇଁ,

କିଏବା ବୁଝୁଛି ସମ୍ପର୍କର ମୂଲ୍ୟ

ସଭିଙ୍କ ପାସେ ନିଅଣ୍ଟ, ସହାନୁଭୂତି।


ତଥାପି ଦୁଃଖ ଯନ୍ତ୍ରଣାର ଅବୁଝା ହୃଦୟଟା

ଚାହିଁ ବସିଥାଏ ଅନାଇ,

କେବେ ପାହିବ ଅପେକ୍ଷାର ରାତି,

ଆପଣାର କେହି ଆସି ଦେବ ଶୀତଳ ସ୍ପର୍ଶ ରୁପେ, ସହାନୁଭୂତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational