Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alok Das

Others

4  

Alok Das

Others

ଆଉଥରେ ଜନ୍ମନିଅ ବୀର ସଂଗ୍ରାମୀ

ଆଉଥରେ ଜନ୍ମନିଅ ବୀର ସଂଗ୍ରାମୀ

1 min
207



ଆଉଥରେ ଜନ୍ମନିଅ ହେ ବୀର ସଂଗ୍ରାମୀ ମାନେ

ଭାରତ ମାର କୋଳେ ପୁଣିଥରେ,

କରିବାକୁ ପୁଣି ଏକ ସଂଗ୍ରାମ ଭାରତ ମାର ମାନ ପାଇଁ

ଲାଞ୍ଚ,ଭ୍ରଷ୍ଟାଚାର,ଅପରାଧ,ଅନ୍ୟାୟ ବିରୁଦ୍ଧରେ ।


ନିଜ ଜୀବନର ପ୍ରାଣବଳି ଦେଇ ଦିନେ

ଇଂଗ୍ରେଜଙ୍କ କବଳୁ ଦେଶକୁ କରିଥିଲ ସ୍ୱାଧୀନ,

ଫିରଙ୍ଗୀ ସେନାକୁ ତଢି 

ଭାବିଥିଲ ଗଢିବାକୁ ଏକ ସୁନାର ଭାରତ ।


ଶହେରୁ ସତୁରିତ ଏଠି ନିଜ ସ୍ୱାର୍ଥରେ ଅନ୍ଧ

କିଏସେ ପୁରଣ କରିବ ତୁମରି ସ୍ୱପ୍ନ?

କିଏ ଆଉ ତୁମପରି ଦେଶର ହିତ ସକାଶେ

ହସି ହସି ନିଜ ସ୍ୱାର୍ଥକୁ ଦେବ ବଳିଦାନ ।


ଧର୍ଷଣ ନିର୍ଯାତନାର ହେଉଛି ଶୀକାର ନାରୀ

ପ୍ରତିଦିନ ଆଜି ଦିବା ଆଲୋକରେ,

ହତ୍ୟା ଓ ଲୁଣ୍ଠନ ହେଉଛି ଏଠି 

ଜନଗହଳି ପୂର୍ଣ୍ଣ ରାଜ ରାସ୍ତାରେ ।


ଚିକିତ୍ସାଳୟରେ ସେବା ଆଳରେ ଚାଲିଛି ବେବସାୟ

ଅର୍ଥ ବଳେ ଆଜି ହେଉଛି ନାୟ ଅନ୍ୟାୟର ବିଚାର,

ଚତୁର୍ଥ ସ୍ତମ୍ଭ ରାଜନୈତିକ ଦଳ ପ୍ରୀତିରେ

ଖବର କରୁଛି ପ୍ରସାରଣ 

ପ୍ରଶାସନ କାଠ କଣ୍ଡେଇ ସାଜିଛି ଏଠି ନେତାଙ୍କ ହାତର ।


ଜନତାଙ୍କ ଆଗେ ନେତା ଅହିଂସାର ମାରୀ ଭାଷଣ

ଧୂଳି ଦେଇ ଜନତାଙ୍କ ଆଖିରେ ହିଂସାକୁ ଦେଉଛନ୍ତି ପ୍ରସୟ ,

ଲୋକଦେଖାଣିଆ ଆନ୍ଦୋଳନ କରନ୍ତି 

ବାପୁଙ୍କ ପ୍ରତିମୂର୍ତ୍ତି ତଳେ ବସି

ସେହି ନେତା ପୁଣି କରି ମିଛ ଅଭିନୟ ।


ଋଣ ଵୋଝେ ଅନ୍ନଦାତା ଏଠି ଖାଉଛି ବିଷ

କିନ୍ତୁ କୋଟିପତି ଏଠି ନେତା ମନ୍ତ୍ରୀ ଆଉ ଠିକାଦାର,

ଗରିବ ଖଟିଖିଆଙ୍କୁ ଲୁଟି 

ଏଠି ବାହସ୍ପଟୋ ମାରୁଛନ୍ତି ନିସ୍ୱାର୍ଥ ସେବାର ।


ପୁଣି କରିବାକୁ ଆଉ ଏକ ସଂଗ୍ରାମ

ଭ୍ରଷ୍ଟାଚାର,ଦୁର୍ନୀତି,ହୀନ ରାଜନୀତି ବିରୁଦ୍ଧରେ,

ଆଉଥରେ ଜନ୍ମନିଅ ହେ ବୀର ସଂଗ୍ରାମୀ ମାନେ

ଭାରତ ମାର କୋଳେ ପୁଣିଥରେ ।


Rate this content
Log in