STORYMIRROR

Alok kumar Das

Inspirational Others

4  

Alok kumar Das

Inspirational Others

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
235


ସମ୍ପର୍କର ହଜାରେ ଭିଡ଼ ଭିତରେ

ହୃଦୟରେ ଟାଣିଦିଏ ଏକ ଅଲିଭା ଗାର,

ବନ୍ଧୁତ୍ୱ ଅଟେ ଏମିତି ଏକ ନିଆରା ସମ୍ପର୍କ

ସ୍ନେହ,ପ୍ରେମ,ଭଲପାଇବା,ଭରଷା ଓ ବିଶ୍ୱାସର।


ତ୍ୟାଗ ବଳିଦାନ ସହଯୋଗ ଅତ୍ମୀୟତାର 

ମିଳନରେ ବନ୍ଧୁତ୍ୱ ନେଇଥାଏ ଜନ୍ମ,

ବନ୍ଧୁତ୍ୱର ସମ୍ପର୍କ ନିକଟେ ନଥାଏ

ଅହଂକାର,ଗର୍ବ,ସ୍ୱାର୍ଥ ଓ ଛଳନାର ସ୍ଥାନ।


ଏହି ସମ୍ପର୍କ ଅଟଇ ଦୁଇ ପବିତ୍ର ହୃଦୟର 

ନା ଜାତି ଧର୍ମ ନା ଦେଖେ ବୟସର ସୀମା,

ବନ୍ଧୁତ୍ୱ ଏକ ଏମିତି ସମ୍ପର୍କ ନିବିଡ଼ତାର

ମାପି ହୁଏ ନାହିଁ କେବେ ଯାହାର ଗଭୀରତା।


ବିପଦେ ସମୟରେ ପାଖେ ଛିଡା ହୁଏ

ସାନ୍ତ୍ୱନା ସେ ଦିଏ ଭାଙ୍ଗି ପଡିଲେ ଦୁଃଖରେ,

ପଦୀଏ କଥା ତାର ଦିଏ ଶତ ସିଂହର ସାହାସ

ଭୟ କରନି ସାଙ୍ଗ ତୋ ବନ୍ଧୁ ଅଛି ତୋ ପାଖରେ।


ସମ୍ପର୍କ ଅଟେ ଅପୂର୍ବ ଭାବ ଆଦାନ ପ୍ରଦାନର

ମୁହଁ ଦେଖି ବୁଝିନିଏ ବନ୍ଧୁ ଅନ୍ତରର ବେଦନା,

ବନ୍ଧୁତ୍ୱ ଅଟଇ ଦୁଇ ହୃଦୟର ସ୍ପନ୍ଦନ 

କହିବା ପୂର୍ବରୁ ପଢିନିଏ ବନ୍ଧୁ ହୃଦୟର ଭାଷା।


ସୁଖେ ଦୁଃଖେ ଚାଲିବାକୁ ସାଥେ ଦେଇଥାଏ କଥା

ବନ୍ଧୁର ସମ୍ପର୍କ ଅଟେ ଏକ ଅତୁଟ ପ୍ରତିଜ୍ଞା,

ବନ୍ଧୁତ୍ୱ ଅଟଇ ଅନାବିଳ ପ୍ରେମ,ସ୍ନେହ,ଭଲପାଇବାର

ନିଃସ୍ୱାର୍ଥପର ତ୍ୟାଗ,ଆଦର ଓ ସହଯୋଗର ସଂଜ୍ଞା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational