STORYMIRROR

Alok kumar Das

Inspirational

4  

Alok kumar Das

Inspirational

ତଥାପି ମୁଁ ହସୁଛି

ତଥାପି ମୁଁ ହସୁଛି

1 min
397


ମୋର ଚଲାବାଟରେ ଅନେକ କଣ୍ଟା

ଅଟକି ନଯାଇ ମୁଁ ଚାଲିଛି,

କଣ୍ଟାର ଆଘାତରେ ପାଦ ମୋର ରକ୍ତାତ

ତଥାପି ମୁଁ ହସୁଛି!


ଅନ୍ୟର ଆଵଶ୍ୟକତା କରିବାକୁ ପୁରଣ

ନିଜର ସ୍ୱାର୍ଥକୁ ମୁଁ ପାସୋରି ଦେଇଛି,

ପାଇବାର ଆଶା ମୋର ଯାଇଛି ମରି

ତଥାପି ମୁଁ ହସୁଛି!


ଚକ୍ରାନ୍ତକାରୀଙ୍କ ମିଥ୍ୟା ସମାଲୋଚନାରେ

ଆପଣାରଙ୍କ ପାଈଁ ମୁଁ ପର ହୋଇଯାଇଛି,

ବନ୍ଧୁମାନେ ସାଜିଛନ୍ତି ମୋର ବଇରୀ 

ତଥାପି ମୁଁ ହସୁଛି!


ସ୍ୱାର୍ଥପର ମଣିଷଙ୍କ ଦ୍ୱାରା ହୋଇ ଉପେକ୍ଷିତ 

ଛଳନାର ନିଆଁରେ ମୁଁ ଜଳି ଚାଲିଛି,

ପ୍ରତାରଣାର ଚୋରାବାଲିରେ 

ପାଦ ମୋର ଯାଇଛି ଫସି

ତଥାପି ମୁଁ ହସୁଛି!


ସ୍ନେହ,ଭଲପାଇବା ପ୍ରତିବଦଳରେ

କେବଳ ଖାଲିଯା ମୁଁ ଆଘାତ ପାଇଛି,

ଆଖିରେ ମୋର ଆଖିଏ ଲୁହ

ତଥାପି ମୁଁ ହସୁଛି!

ତଥାପି ମୁଁ ହସୁଛି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational