STORYMIRROR

Alok kumar Das

Tragedy

3  

Alok kumar Das

Tragedy

ପ୍ରେମର ସ୍ମୃତି

ପ୍ରେମର ସ୍ମୃତି

1 min
204

କାଲିପରି ମନେ ହୁଏ ଆସିଥିଲ ମୋ ଜୀବନେ

      ସ୍ନେହ ଓ ପ୍ରେମର ସମ୍ଭାର ନେଇ,

ଉଦାସ ମନେ ଭରିଥିଲ ମୋର କେତେ ଆଶା

     ଆନନ୍ଦର ସେଇ ମୁହୂର୍ତ୍ତକୁ ଏ ଯାଏଁ ଭୁଲିନି ମୁହିଁ।


ତୁମେ ସିନା ଚାଲିଗଲ ମୋଠୁ ଦୁରେଇ

   ଅବୁଝା ହୃଦୟ ମୋର ପାରୁନି ସହି 

ଥରଟିଏ ବୁଝିଲନି ମୋ ମନର ବେଦନା

   ଚାଲିଗଲ ମୋ ପ୍ରେମର ସ୍ୱପ୍ନଘର ଭାଙ୍ଗି ଦେଇ।


ତୁମକୁ ନେଇ ଆଖି ମୋ ଦେଖିଥିଲା କେତେ ସପନ

   ଆଜି ସେ ଆଖି କାନ୍ଦୁଛି ବିରହର ଲୁହ ଝରେଇ,

ସରିବ କେମିତି ଏଇ ଆଖିର ଲୁହ

     ମୋ ମନ ବେଦନାକୁ ଧୋଇ ଦେଇ।


ହୃଦୟ ମୋ ପଚାରେ ପ୍ରଶ୍ନ ଆଜି ଅତୀତକୁ

    ଆଶ୍ଚର୍ଯ୍ୟ ଭାବେ ଚକିତ ହୋଇ,

ଯିଏ କହୁଥିଲା ଦିନେ ତୁମେ ମୋ ଭାବନା ଓ କଳ୍ପନା

    ସେ କେମିତି ରହିଗଲା ମୋ ଜୀବନେ ସ୍ମୃତି ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy