STORYMIRROR

Alok kumar Das

Inspirational

3  

Alok kumar Das

Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
205


ବାଟ ପଡିଛି କାହିଁ କେତେଦୂର

ଚାଲିବାକୁ ହେବ ଏକା ଏକା,

ହସ ଲୁହ ସୁଖ ଦୁଃଖ ସାଥିରେ

ଏଇ ଜୀବନ ଯାତ୍ରା।


ଚାଲୁ ଚାଲୁ ବାଟେ ଆସିବ କେତେ ବାଧା ବିଘ୍ନ

ଝୁଣ୍ଟି ପଡି ପୁଣି ଚାଲିବାକୁ ହେବ ଉଠି,

ଲଙ୍ଘିବାକୁ ହେବ ଦୁଃଖର ପାହାଡ଼

ପାରିହେବାକୁ ପଡିବ ସମସ୍ୟାର ନଈ।


ଯେବେ ବାଟେ ଘୋଟିଯିବ ଘନ କୁହୁଡି ଅନ୍ଧକାର

ଭୟ ନକରି ଚାଲିବାକୁ ହେବ କରି ଆଲୋକର ସନ୍ଧାନ,

ଦମ୍ଭର ସହ ଚାଲିବାକୁ ପଡିବ ଛାତିକୁ କରି ପଥର

ଆସୁ ପଛେ ଯେତେ ଝଡ଼ ପବନ।


ସତ୍ୟ ଓ ମିଥ୍ୟାର ଦୋଛକି ବାଟରେ

ପାଦ ଯେବେ ଅଟକିଯିବ ଦ୍ଵନ୍ଦରେ,

ସତ୍ୟର ବାଟକୁ ବାଛି ଚାଲିବାକୁ ହେବ

ଯେଉଁ ବାଟ ଯାଇଛି ପୁଣ୍ୟର ପଥରେ।


ଚାଲିବାକୁ ହେଲେ ପୁଣ୍ୟର ପଥରେ

ଦେବାକୁ ପଡିବ ଅନେକ ଅଗ୍ନିପରୀକ୍ଷା,

ଚାଲିଲେ ମନରେ ରଖି ଧର୍ଯ୍ୟ ସାହସ ଏକାଗ୍ରତା

ଈଶ୍ୱରଙ୍କ କୃପା ବଳେ ସଫଳ ହେବ ଜୀବନ ଯାତ୍ରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational