STORYMIRROR

Alok kumar Das

Tragedy

4  

Alok kumar Das

Tragedy

କଣ ଦୋଷ ମା'ର

କଣ ଦୋଷ ମା'ର

1 min
328


ଯିଏ ତୋତେ ଜନ୍ମ ଦେଇ

ଦୁନିଆକୁ ଆଣିଥିଲା,

ନିଜ ଜୀବନକୁ ଉତ୍ସର୍ଗୀତ କରିଦେଇ

ତୋତେ ମଣିଷ ରୂପେ ଗଢି ତୋଳିଥିଲା।


ରାତି ରାତି ଯିଏ ଉଜାଗର ରହି

ନିଦ ମାଉସି ଗୀତ ଗାଇ

ତା କୋଳେ ତୋତେ ଦେଉଥିଲା ସୁଆଇ,

ସ୍ନେହ ମମତାର ଚାଦର ତୋ ଦେହେ ଘୋଡ଼ାଇ

ବିପଦ ଠାରୁ ତୋତେ ରଖିଥିଲା ଲୁଚାଇ।


କେତେ ପୂଜା,ବ୍ରତ,ମାନସିକ 

ଈଶ୍ୱରଙ୍କ ନିକଟେ ରଖୁଥିଲା 

ତୋ ସୁସ୍ଥ ଜୀବନ କାମନା କରି,

ନିଜ ପାଇଁ କିଛି ନମାଗି ସେ

ତୋ ଖୁସି ପାଇଁ ଈଶ୍ୱରଙ୍କ ପାଖେ

କାନ୍ଦୁଥିଲା ନୀତି ଲୁହ ଗଡ଼ାଇ।


ନିଜ ହାତେ ତୋତେ ଖୁଆଇ 

ଭୋକିଲା ପେଟକୁ ତୋ 

ଦେଉଥିଲା ପୁରାଇ,

ଶୂନ୍ୟ ଭାତ ହାଣ୍ଡିକୁ 

ହାଣ୍ଡିଶାଳେ ଘୋଡ଼ାଇ

କେତେ କେତେ ଦିନ

ଭୋକେ ଯାଉଥିଲା ଶୋଇ।


ପୂଜା ପରବରେ ନୂଆ ନୂଆ ବସନ

କିଣି ଆଣୁଥିଲା ତୋ ପାଇଁ,

ଦେଖୁନଥିଲା ସେ କେବେ ଦିନେ

ନିଜ ଲୁଗାକୁ ତାର

କେତେ ଜାଗା ଯାଇଥିଲା ଚିରି।


ଏତେ ଦୁଃଖ କଷ୍ଟ ସହି

ଯିଏ ତୋତେ ଦେଇଥିଲା

ଦୁନିଆରେ ପରିଚୟ,

କାହିଁକି ସେ ଏକାନ୍ତରେ 

ନିସହାୟ ଭାବେ ବୃଦ୍ଧାଶ୍ରମେ

କାଟୁଛି ଜୀବନ?


ହୃଦୟକୁ ତୋର ପଚାରେ

ପ୍ରଶ୍ନ ବାରମ୍ବାର,

ଶୁଣିବୁ ତୋ ହୃଦୟ କି ଦେବ ଉତ୍ତର,

କ'ଣ ଦୋଷ ମା'ର

କ'ଣ ଦୋଷ ମା'ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy