STORYMIRROR

Alok kumar Das

Tragedy

4  

Alok kumar Das

Tragedy

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

1 min
236

ଆଜି ମୁଁ ହୋଇଛି ଠିଆ

ନିରବେ ଜରାଜୀର୍ଣ୍ଣ ଅବସ୍ଥାରେ

ଏକୁଟିଆ ନିରୋଳାରେ

କଂକ୍ରିଟ ରାସ୍ତାର ପାର୍ଶ୍ୱରେ।


ସୁନ୍ଦର ସବୁଜ ପତ୍ରରେ ଆଚ୍ଛାଦିତ 

ସବୁଜିମା ଭରା ଥିବା ମୋ ଶରୀର,

ବାର୍ଦ୍ଧକ୍ୟ ବୟସର ଝାଞ୍ଜି ପବନ ମାଡ଼ରେ

ହଜିଛି ଆଜି ସୁନ୍ଦରତା ମୋ ଯୌବନର।


ଶରୀର ମୋ ଦିଶେ ଆଜି କଙ୍କାଳ ସଦୃଶ

ନିଜ ଛାଇ ଦେଖି ଆଜି ନିଜେ ମୁଁ ଭୟଭୀତ,

ଏ ସମୟ ମୋ ପାଇଁ କେଡେ ଦୁଖଃମୟ

ହୃଦୟରେ ମୋର ଅନେକ ଅଦୃଶ୍ୟ କ୍ଷେତ।


ଛାଇ ଖୋଜି ପାଏନାହିଁ କ୍ଲାନ୍ତ ବାଟୋଇ

ମୂଳରେ ମୋର ବସି ବିଶ୍ରାମ ନେବାକୁ,

ପିଲାମାନେ ଖେଳିବାକୁ ଡୋଳି ନାହିଁ ମୋର ଶକ୍ତ ଓହଳ 

ନାହିଁ ମୋର ଡାଳ ପକ୍ଷୀମାନେ ବଷା ବାନ୍ଧିବାକୁ।


ବୟସର ଶେଷ ପାହାଚରେ 

ସମୟ ଦେଇଛି ଆଜି ମୋତେ 

ଏକ ନୂତନ ପରିଚୟର ଉପହାର,

ସଭିଙ୍କ ପାଇଁ ଆଜି ମୁଁ ଅସହାୟ ଅଦରକାରୀ 

ଥୁଣ୍ଟା ବରଗଛ।


ଅପେକ୍ଷାରେ ଆଜି ମୁଁ କାଳ ବୈଶାଖୀର

କେବେ ଆସି ପ୍ରଖର ବେଗରେ,

ଲୋଟିଦେଵ ମୋତେ 

ମୋ ମାଟି ମାଆ କୋଳରେ।


ବିତୃଷ୍ଣାପୂର୍ଣ୍ଣ ଜୀବନରୁ ପାଇଯିବି ମୁକ୍ତି

ମୁଁ ଚିରଦିନ ପାଇଁ,

ହଜିଯିବ ଅସ୍ତିତ୍ତ୍ୱ ମୋର, ହୋଇଯିବି ଅତୀତ

ସେହି ଦିନଠୁ ମୁଁ ସଭିଙ୍କ ପାଇଁ..........



Rate this content
Log in

Similar oriya poem from Tragedy