STORYMIRROR

Alok kumar Das

Inspirational

3  

Alok kumar Das

Inspirational

ଆଶା

ଆଶା

1 min
188

ଆଶା ଏକ ନୀଳପକ୍ଷୀ

ଉଡିବୁଲେ ଜୀବନ ଗଗନେ,

ମିଠାମିଠା ଗୀତ ଗାଇ

ଉନ୍ମାଦନାର ନୂଆ ସୁରରେ।


ଭାବନାର ସମାହାରରେ

ଗଢିତୋଳେ ସ୍ବପ୍ନର ବଷା,

ଜନ୍ମଦିଏ ହୃଦୟରେ

ନୂଆ ଉଦିପନ୍ନା ସମ୍ଭାବନା।


ସମଗ୍ର ଆକାଶକୁ କରିବାକୁ ଆଲିଙ୍ଗନ 

ଉଡ଼ିଯାଏ କେବେ ଉଚ୍ଚ ଦିଗବଳୟକୁ,

ଶ୍ୱାସରୁଦ୍ଧ ହୋଇ ଫେରିଆସେ

ପୁଣି ସେ ବାସ୍ତବ ଦୁନିଆକୁ।


ଅଦିନିଆ ଝଡ଼ ବତାଶରେ

ଖଣ୍ଡ ଖଣ୍ଡ ହୋଇ ଛିଡି଼ ପଡ଼େ ତା ପର,

ନିରାଶା ଛଞ୍ଚାଣର ଥଣ୍ଟ ଆଘାତରେ

ରକ୍ତାକ୍ତ ହୁଏ ସେ ବାରମ୍ବାର।


ଅଟକି ଯାଏନି ଭୟବିତ୍ତ ହୋଇ କେବେ 

ଜୀବନ ସାଥିରେ ରୁହେ ସେ ପ୍ରତି ମୁହୂର୍ତ୍ତରେ,

ସବୁ ଯନ୍ତ୍ରଣାକୁ ଚାପିଦେଇ 

ଉଡ଼ି ବୁଲୁଥାଏ ସଦା ନୂତନତ୍ୱର ସନ୍ଧାନରେ ।



Rate this content
Log in

Similar oriya poem from Inspirational