STORYMIRROR

Alok kumar Das

Others

4  

Alok kumar Das

Others

ରଜ ଉତ୍ସବ

ରଜ ଉତ୍ସବ

1 min
204

ବାରମାସେ ସେତ ତେର ପରବ

କେଡେ ସୁନ୍ଦର ମୋ ଓଡ଼ିଶାର ସଂସ୍କୃତି ପରମ୍ପରା

ସ୍ନେହ, ଶ୍ରଦ୍ଧା, ଭାଇଚାରାର ପରବ ରଜ

ପରବ ଭିତରେ ଭାରି ନିଆରା।


ଖୁସିର ସମ୍ଭାର ନେଇ ଧରିତ୍ରୀକୁ ଆସିଥାଏ

ମାଟି ମୌସୁମୀ ମିଳନର ପରବ ରଜ

ଆନନ୍ଦେ ଉଲ୍ଲସେ ପାଳିବାକୁ ରଜ 

ପଲ୍ଲୀରୁ ସହର ସଭିଏଁ ହୁଅନ୍ତି ସଜବାଜ।


ତିନି ଦିନ ପାଇଁ ଆସିଥାଏ ରଜ

କେତେ ଖୁସି ପରମ୍ପରାକୁ ସାଥିରେ ନେଇ

ଆବାଳ ବୃଦ୍ଧ ବନିତା ସଭିଏଁ ପାଳନ୍ତି

ଆନନ୍ଦେ ଉଲ୍ଲାସେ ଖୁସି ହୋଇ।


ରଜ ଆସେ ନୂତନ ସୃଷ୍ଟିର ସମ୍ଭାବନା ନେଇ

ଚଷା ଭାଇ ମନ ଆନନ୍ଦେ ହୁଏ ପ୍ରଫୁଲ୍ଲିତ

ଶସ୍ୟ ଶାମଳେ ପୁରି ଉଠେ ଧରା

ଫସଲେ ହସଇ ସୁନାର କ୍ଷେତ।


କୁଆଁରୀମାନଙ୍କ ରଜ ଦୋଳି ଖେଳ

ମନକୁ ଛୁଇଁ ଯାଏ ରଜ ଗୀତର ସ୍ୱର

ନୂଆ ବସ୍ତ୍ର ନାଇ ରଜ ପାନ ଖାଇ ବୁଲନ୍ତି କୁଆଁରୀ 

ଗାଆଁ ସାହି ପାଦେ ଲଗାଇ ନାଲି ଅଳତାର ଗାର।


ଗାଆଁ ପଡ଼ିଆରେ କେତେ ମଜା ଲାଗେ 

ଦେଖିବାକୁ ଯୁବକଙ୍କ କବାଡି, ବାଗୁଡି ଖେଳ

ଗାଁ ଦାଣ୍ଡେ ଲୁଡୋ, ତାସ ଖେଳର ଜମଇ ଆସର

କେତେ ମଜା ଲାଗେ ସାଙ୍ଗ ସାଥୀଙ୍କର ମେଳ।


କାକରା, ଆରିଷା, ପୋଡ଼ପିଠା ବାସନା

ଗାଆଁ ଦାଣ୍ଡେ ବାସେ ମହ ମହ

ପିଠା ପଣା ଦିଆ ନିଆ ସାହି ପଡିଶାରେ 

ବାରି ହୋଇପଡେ ସ୍ନେହ ସମ୍ପର୍କର ମୋହ।


ଖୁସି ଆନନ୍ଦର ନୂଆ ଉତ୍ସାହ ନେଇ ଆସଇ ରଜ ଉତ୍ସବ

ଦୂର କରେ ଶରୀରର କ୍ଲାନ୍ତି, ହୃଦୟର ବ୍ୟଥା

ପଲ୍ଲୀରୁ ସହର ହୁଏ ଗୁଞ୍ଜରିତ 

ଓଡ଼ିଆ ଜାତିର ଐତିହ୍ୟର ଗାଥା।



Rate this content
Log in