ସ୍ଵପ୍ନର କୋଣାର୍କ
ସ୍ଵପ୍ନର କୋଣାର୍କ
ଜୀବନର ଖଣ୍ଡିତ ସ୍ଵପ୍ନ କୁ ଧରି
ଭବିଷ୍ୟତର ନଅର ତୋଳୁଚି
ଯେତିକି ଆଗକୁ ବଢୁଚି ସେତିକି ଡର କି
ଏ କୋଣାର୍କ ର ମୁଣ୍ଡି ମାରିବା ପାଇଁ ,
ଆଉ ଗୋଟେ ଡର କି ପୁଣି ଗୋଟେ ଧରମା ନ ଜନ୍ମୁ
କି, ହଠାତ୍ ଆସି ଏ ସମୁଦ୍ର ଗର୍ଭରେ ଲମ୍ଫ ନଦଉ ।
ହୁଏତ ତା ରକ୍ତରେ ଏ ମାଂସ ର କୋଣାର୍କ ଟା
ସିନ୍ଦୂରା ଫାଟି ଲାଲ୍ ଦିଶିବ
କୋଇଲି ର କୂଜନେ ଏ ଶୂନ୍ୟର ମନ୍ଦିର
ତାର ଆଳସ୍ୟ ମେନ୍ଟେଇବ
ପୁଣି ଥରେ କଳକଳ ନାଦରେ ଝଙ୍କ୍ୃତ ହେବ ଚନ୍ଦ୍ରଭାଗା
ସ୍ଵପ୍ନର କୋଣାର୍କ ମୋର ଆକାଶ ଛୁଇଁଯିବ ।
ନା ନା ରହିଯାଉ ପଛେ ଅଧା ତିଆରି
ହେଲେ ଏଥର ଧରମା କୁ ବା ବା ଦେବିନି
ନିଜକୁ ମହାନ କରି ଆଜି ସେ ଇତିହାସର ପ୍ରଥମ ପୃଷ୍ଠାରେ
ମୁଁ ବି ରହିବାକୁ ଚାହେଁନି ମୁଖବନ୍ଧରେ,
ବାସ୍ ଏ ସ୍ଵପ୍ନର କୋଣାର୍କର ମୁଣ୍ଡି
କେମିତି ମାରିବି ସେଇ ଅଭିଳାଷରେ ।