STORYMIRROR

Bijaya Swain

Inspirational

4  

Bijaya Swain

Inspirational

ମଣିଷ ଭଳି ମୁଁ ମଣିଷ ଟି

ମଣିଷ ଭଳି ମୁଁ ମଣିଷ ଟି

1 min
291


ମଣିଷ ଭଳି ମଣିଷ ଟିଏ ମୁଁ

 ଶ୍ରମ ଟି ଜୀବିକା ମୋର

ଦିନ ଅବା ରାତି ସକାଳ କି ସଂଜ

  ଝାଞ୍ଜି ଖରା ତାତି ବରଷା ର ଧାର

କେଉଁ ଥି ନାହିଁ ଡର

ଶ୍ରମେ ଥାଏ ତତପର

  ଶ୍ରମ ଟି ଜୀବିକା ମୋର।


କର୍ମ କୁ ମୋହର ଭଗବାନ ମଣି

କରିଥାଏ କାମ ମୋର

କର୍ମ ରେ ବିମୁଖ ହୁଏ ନାହିଁ କେବେ

 ଶ୍ରମ ଟି ଈଶ୍ୱର ମୋର

କ୍ଷୁଧା ପିପାସା ରେ ଜଳିଲେ ମୋ ତନୁ

  ସେଥିକୁ ନାହିଁ ଖାତର।

 ଶ୍ରମ ଟି ଜୀବିକା ମୋର....


ଶ୍ରମ ର ସ୍ୱରୂପ ମିଳେ କେବେ ଗାଳି

 ପୁଣି କେବେ କରତାଳି

ଶୁଖିଲା ମୁହଁ ରେ କେବେ ଫୁଟେ ହସ

ନେତ୍ରୁ ଅଶ୍ରୁ ପଡେ ଝରି

ନିନ୍ଦା ରେ ହୁଏନି ବିମୁଖ ମୁଁ କେବେ

 ପ୍ରଶଂସା ରେ ରହେ ସ୍ଥିର।

ଶ୍ରମ ଟି ଜୀବିକା ମୋର.....


କେବେ ଜଳେ ଚୁଲି କେବେ ପେଟ ଖାଲି

  ନିଦ ଆସେନି ଆଖିକୁ

ପାଞ୍ଚ ପ୍ରାଣୀ ମୋର କୁଟୁମ୍ବ ପାଳନେ

 ସାକ୍ଷୀ ଦିଏ ଠାକୁରଙ୍କୁ

ସକାଳ ସଂଜ ରେ ରାତିର ଶେଯ ରେ

 ଜଣାଏ ଗୁହାରୀ ମୋର

 ଶ୍ରମିକ ଟେ ବୋଲି ନ କରନ୍ତୁ ପର

  ସହାୟ ହୁଅନ୍ତୁ ମୋର।

  ଶ୍ରମ ଟି ଜୀବିକା ମୋର.... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational