STORYMIRROR

Bijaya Swain

Inspirational

4  

Bijaya Swain

Inspirational

ମୋ କାଳିଆ ସୁନା

ମୋ କାଳିଆ ସୁନା

1 min
403


  କାଳିଆ ସୁନା ରେ 

   ମୋର କାଳିଆ ସୁନା

ତୁ ଏମିତି ଗୋଟେ ସୁନା

ନ ଦେଖିଲେ ଥରେ ତୋତେ 

  କିଛି ଭଲ ଲାଗେନା।

  କାଳିଆ ସୁନା ରେ

   କାଳିଆ ସୁନା....ll

ତୋ ନାଲି ଅଧର ହସ

କରିଛି ମୋତେ ବଶ

ତୋର ଚକାଆଖି କୁ ଦେଖି

ସଂସାର ଦୁଃଖ ଭୁଲିଛି

ଏମିତିକା ଦିଅଁ ତୁରେ

 ତୋ ପାଦ ରେ ମଥା ନୋଇଁ

ଭୁଲିଯାଏ ଦୁଃଖ ଯାତନା।

  କାଳିଆ ସୁନା ରେ

   କାଳିଆ ସୁନା......ll

ମୁଁ ଅନ୍ଧ ଟିଏ ହେଲେ ରେ

 ତୁ ମୋ ବେନି ନୟନ

ମୁଁ ଖଞ୍ଜ ଟିଏ ହେଲେ ରେ 

 ତୁ ମୋ ଦୁଇ ଚରଣ

ତୁହି ଥିଲେ ପାଖେ ମୋର

 କାହାକୁ ନାହିଁ ମୋ ନାହିଁ ଡର

ବଞ୍ଚି ପାରିବିନି ତୋ ବିନା।

କାଳିଆ ସୁନା ରେ

 କାଳିଆ ସୁନା... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational