STORYMIRROR

Bijaya Swain

Inspirational

3  

Bijaya Swain

Inspirational

ବୋଉ ଲୋ ବୋଉ

ବୋଉ ଲୋ ବୋଉ

1 min
173


ବୋଉ ଲୋ ବୋଉ

ବୋଉ ଲୋ ବୋଉ

ତୋ ପରି ବୋଉ ର ପୁଅ ହେଲି ବୋଲି

ତୋର ହାତ ଧରି ଚାଲି ମୁଁ ଶିଖିଲି

ତୋ ପରି ହେବ କେ ଆଉ।


ବୋଉ ଲୋ ବୋଉ

ଶୁଖିଲା ମୁହଁ କୁ ଦେଖି ଦେଲେ ମୋର

ତୋ ହୃଦ କରତି ହୁଏ

ଅଧା ପେଟ ଖାଇ ମୋ ପେଟ କୁ ଚିଂହୁଁ

ତୋ ପାଇଁ ସୁଖେ ମୁଁ ରହେ

ସଂସାର ର ବୋଝ ମୁଣ୍ଡ ରେ ବହି ତୁ

ସବୁ ଝଡ଼ ଝଂଜା ସହୁ।


 ବୋଉ ଲୋ ବୋଉ

ନଅ ମାସ ଧରି ଜଠରରେ ଧରି

କେତେ ଯେ ସହିଛୁ କଷ୍ଟ

ତୋହରି ଆଶିଷ ମଥା ରେ ଥିଲେ ଲୋ

ହଟଇ ସବୁ ଅରିଷ୍ଟ

ସରଗ ରେ ଥାଇ ତୋ ସେନେହ ବାରି

ମଥାରେ ମୋ ଢାଳି ଦେଉ।

ବୋଉ ଲୋ ବୋଉ

ବୋଉ ଲୋ ବୋଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational