STORYMIRROR

Bijaya Swain

Inspirational

3  

Bijaya Swain

Inspirational

ସୁସ୍ଥ ପରିବେଶ ସୁସ୍ଥ ଜୀବନ

ସୁସ୍ଥ ପରିବେଶ ସୁସ୍ଥ ଜୀବନ

1 min
187

ସୁସ୍ଥ ହେଲେ ପରିବେଶ

 ସୁସ୍ଥ ହେବ ଜୀବନ

ସୁସ୍ଥ ହୋଇଲେ ଜୀବନ

 ଶାନ୍ତ ହେବ ପରାଣ।


ଆମ ଚତୁଃପାର୍ଶ୍ଵ ସଦା 

 ପରିଷ୍କାର ରଖିବା

ଆବର୍ଜନା କେବେ ହେଲେ

 କେବେ ତ ନ ଫିଙ୍ଗିବା।

ବୃକ୍ଷ ଲତା ବନ୍ଧୁ ଆମ

 କାଟିବାନି ତାହାଙ୍କୁ

ଗଛ ଥିଲେ ସୁରକ୍ଷିତ

 ସାହା ହେବେ ଆମ୍ଭଙ୍କୁ।


ଦୂଷିତ ବାୟୁକୁ ତରୁ

 କରିଥାଏ ବିଶୁଦ୍ଧ

ବିଶୁଦ୍ଧ ବାୟୁ ସେବନେ

 ଆମେରେ ସୁରକ୍ଷିତ।


ଆସ ଆସ ଆସ ସବୁ

 ଏକ ଆମେ ହୋଇବା

ଅନେକରେ ଏକ ହୋଇ

 ଏହି କଥା କହିବା।


ପରିବେଶ ଆମ ସ୍ୱଚ୍ଛ ରଖିବା

 ନିଜେ ହସି

 ଆନ ମୁଖେ

ହସ ଆମେ ଭରିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational