STORYMIRROR

Bijaya Swain

Inspirational

4  

Bijaya Swain

Inspirational

ଜାଣି ଥା ରେ ବାଇ ମନ

ଜାଣି ଥା ରେ ବାଇ ମନ

1 min
292


ଜନ୍ମ ହେଲେ ନିଶ୍ଚେ ମରଣ

 ଜାଣି ଥା ରେ ବାଇ ମନ

କେହି ରହି ନାହିଁ ଏ ଭବ ଭୂମି ରେ

କାଳ ଦଉଡ଼ି ରେ ହୋଇ ବନ୍ଧନ।

  ଜାଣିଥା ରେ ବାଇ ମନ

କୁଆଁ କୁଆଁ ରାବ ଦେଇ ରେ ମନୁଆ

 ଜନନୀ ଜଠରୁ ଦିନେ

ଜନମ ଲଭିଲୁ ଏ ଧରା ଧାମ ରେ

  କେତେ ଖୁସି ଥିଲୁ ମନେ

କେତେ ହସ ଖୁସି ମଉଜ ଆନନ୍ଦେ

 ବିତିଗଲା ତୋର ସେ ପିଲା ଦିନ।

 ଜାଣିଥା ରେ ବାଇ ମନ

ଯଉବନ କାଳେ କାମିନୀ କାଞ୍ଚନେ

  ମଜ୍ଜି ନ ଭଜିଲୁ ହରି

ନିଜ ସୁଖ ଦୁଃଖ ବୁଝୁ ବୁଝୁ ଧନ

 ସମୟ ଗଲା ତୋହରି

ଛନ୍ଦି ହୋଇ ଗଲୁ ସଂସାର ଜାଲ ରେ

 ମାୟା ରେ ତୋ ମନ ହେଲା ଆଚ୍ଛନ୍ନ।

  ଜାଣିଥା ରେ ବାଇ ମନ

ବୃଦ୍ଧ ବୟସରେ ରୋଗ ଶୋକେ ପଡ଼ି

  ଆଜି ହେଉଛୁ ବିକଳ

ବନ୍ଧୁ ପରିଜନ କେ ନୁହେଁ ତୋହର

 ଜୀବନ କଲୁ ବିଫଳ

ବେଳ ଥାଉଁ ଥାଉଁ ଗୋବିନ୍ଦ ନ ଭଜି

  ହେଲୂ ଆଜି କେତେ ତୁ ହୀନିମାନ।

  ଜାଣିଥା ରେ ବାଇ ମନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational