STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ଏଇତ

ଏଇତ

1 min
179

ଧନ୍ୟରେ ଦୁନିଆ କରୁଚୁ କିମିଆଁ 

ରଙ୍ଗ ତୋର କେତେ ଭଳି ,

ହସାଉଛୁ କେତେ କନ୍ଦାଉଛୁ କେତେ

ହିସାବ ଯିବକି ମିଳି?


କେତେବେଳେ ଉଁଏ ନଭେ ଦିବାକର

କେତେବେଳେ ଅମା ରାତ୍ରି,

କେତେବେଳେ ସୁଖ ନୀଳପାରାବାର

କେତେବେଳେ ଦୁଃଖ ତାତି।


କେଉଁଠି ଭାସଇ ମଧୁ ଘୃତ ପୁଳି

କେଉଁଠି ମିଳେନା ଖୁଦ ,

କାହା ରାତ୍ରି କଟେ ସୁରା ସାକୀ ସାଥେ

ଲୋତକେ ଭିଜେ କା ଶେଯ।


କିଏ ଝୁରି ହୁଏ ସ୍ନେହ ମମତାକୁ

ଗୋଡ଼ରେ କେ ଦିଏ ଏଡି ,

ମାଗିଲେ ମିଳେନା ଅଯାଚିତେ ମିଳେ

କିଏ ହେଉଥାଏ ଝୁରି।


କାହା ଭାଗ୍ୟେ ଥାଏ ରାଜ ପାଟ ଛତ୍ର

କିଏ ବା ଦାଣ୍ଡ ଭିକାରୀ, 

ମହଲେ କେ ଜନ୍ମେ ଦାସ ଦାସୀ ଖଞ୍ଜା

କିଏ ବେସାହାରା ଭାରି।


ଦୁଃଖ ପରେ ସୁଖ ଜୀବନ ଯେ ଭରେ

ସୁଖ ଯେ ସାତ ସପନ ,

ଦୁଃଖେ ସଞ୍ଚିଥିବା ସମ୍ପଦ ସୁଖରେ

କେବେ ନ ହୁଏ ଭାଜନ।


ଜୀବନର ମାନେ ଯାହା ଦେଖୁ ଆମେ

ସେ ସବୁ ଅଳିକ ମାତ୍ର 

କେବେ ଶିଖିନାହୁଁ ପ୍ରକୃତ ଜୀବନ

ଜୀଇଁ ବାର ସେହି ମନ୍ତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational