Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ବ୍ୟାଧି

ବ୍ୟାଧି

1 min
156


ବ୍ୟାଧିର ଲକ୍ଷଣ ହିଂସା, ଦ୍ୱେଷ ଆଉ ପ୍ରରଶ୍ରୀକାତରତା

ସମୟ ସହିତ ବଢୁଥାଏ ନିତି ସାଥେ ସ୍ବେଚ୍ଛା ଚାରିତା l


କେତେ ଆଶା ଭରସାରେ ଗଢ଼ିଥିଲେ ପରମ ପିତା

ବ୍ୟାଧି କୁ ଆଦରି ଭୁଲିଲୁଣି ଆଜି ମାନବିକତା l


ମଣିଷ ପଣିଆ ଦୂର୍ମୁଲ୍ୟ ସମ୍ପତ୍ତି ମରତ ଧାମେ

ତାହାକୁ ନଧରି ଅନ୍ତରେ ବୋଲାଇବୁ କେଉଁ ନାମେ l


ପରନିନ୍ଦା ପରଚର୍ଚ୍ଚା ରେ ରତ ରହି ସର୍ବକାଳେ

ଆପଣାର ହିତ ଭୁଲି ତୁ ଗଲୁଣି ଅବହେଳେ l


ଶରୀରର ବ୍ୟାଧି ପାଇଁକି ଔଷଧୀ ଲୋଡ଼ା ପଡେ

ବିଭୁ ପୟରରେ ପ୍ରାଣକୁ ସଂଯୋଗୀ ମନବ୍ୟାଧି ଫେଡେ l


କାହା ସୁଖ ଦେଖି ଜଳିଉଠେ କିଆଁ ଅନ୍ତର

ସମ୍ମୁଖେ ମଧୂର ବାଣୀ ପଛେ ଛୁରା ପ୍ରହାର l


ହଳାହଳ ବିଷ ପୁରାଇ ରଖୁଛୁ ମୁଖେ ହସ

ଏପରି ବ୍ୟାଧିକୁ ବେଳେ ଥାଉ ଥାଉ ନାଶ l


ଦୁର୍ଲ୍ଲଭ ମନୁଷ୍ୟ ଜନମ ଅନାୟାସରେ ଯିବ ସରି

ଆତ୍ମତୃପ୍ତି ଲଭିବା ପାଇଁ କର୍ମ ସୁନ୍ଦର କରି l



Rate this content
Log in

Similar oriya poem from Inspirational