STORYMIRROR

Niranjan Mishra

Inspirational

3  

Niranjan Mishra

Inspirational

ନୂଆବର୍ଷ ! ତୁମ ପ୍ରତୀକ୍ଷାରେ ...

ନୂଆବର୍ଷ ! ତୁମ ପ୍ରତୀକ୍ଷାରେ ...

1 min
192

ଆସ ନୂଆ ବର୍ଷ ! ତୁମ ପ୍ରତୀକ୍ଷାରେ

ଅଛି ଏ ସାରା ଜଗତ ।

ଚାହିଁ ବସିଅଛୁ ସରବେ ତୁମକୁ 

କରିବା ପାଇଁ ସ୍ୱାଗତ ।୧।


ଆମ୍ରକୁଞ୍ଜେ କୁଞ୍ଜେ କୋକିଳ କୂଜଇ 

ବାସେ ବଉଳର ବାସ ।

ତରୁଲତାଗଣ କୁସୁମ ମଣ୍ଡିତ 

ଛୁଟୁଛି ସୁଗନ୍ଧ ବାସ ।୨।


ମଧୂପ ଗୁଞ୍ଜନ ଶୁଭେ ସାମ ଗାନ

ଶୁଭ୍ର ସ୍ୱଚ୍ଛ ସରୋବରେ ।

ମକରନ୍ଦ ଗଳେ କିବା ଧରା ତଳେ 

କଳଙ୍କହୀନ ପୁଷ୍କରେ ।୩।


ସସାଗରା ଧରା ହେବ ମୁଖରିତ 

ତୁମ ଶୁଭ ଆଗମନେ ।

ପ୍ରତୀକ୍ଷାର ଅନ୍ତ ଘଟାଇ ଆସିବ 

ହସାଇବ ପୁରଜନେ । ୪।


ନୂଆ ବର୍ଷ ତୁମ ସ୍ୱାଗତିକା ଗୀତି 

ଉଷତେ କରିବେ ଗାନ । 

ନବୀନ ବେଶରେ ସଜ ଦେଖ

ଆମ ଅଗଣାର ଫୁଲମାନ।୫।


ନୃତ୍ୟ ଗୀତ ଛନ୍ଦ ତାଳ ଲୟେ 

ଗାନ ତୁମ ସ୍ୱାଗତିକା ଗୀତି ।

ହୋଇବ ନୂତନ ସୂରୁଜ ଉଦୟ 

ଯିବ ଭବଭୟ ଭୀତି ।୬।


ଶୁଭ ଶଙ୍ଖସ୍ୱନ ଶୁଭ ହୁଳହୁଳି 

ତୁମ ଶୁଭ ଆଗମନେ ।

ଶୁଭିବ ଧରାରେ ସବୁ ପ୍ରତୀକ୍ଷାର 

ଅନ୍ତ ହେବ ଶୁଭଦିନେ ।୭।



Rate this content
Log in

Similar oriya poem from Inspirational