STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶିକ୍ଷା

ଶିକ୍ଷା

1 min
174

ଶିକ୍ଷା ପାଇବା ଭାଇ ଆମେ ସବୁ ଜାଗାରୁ 

  ଅବଧୁତ ଶିକ୍ଷା କରିଥିଲେ ଚବିଶି ଗୁରୁ ଠାରୁ।

ଶିକ୍ଷା ପାଇବା ଭାଇ ଆମେ ବୃଦ୍ଧ ତରୁଣ ଠାରୁ 

  କେବେ କାହାକୁ ଛୋଟ ଭାବିବାନି ଶିକ୍ଷା ପାଅ ସବୁ ଠାରୁ।

କେବେ ଆମେ ଗର୍ବ କରିବାନି ଶିକ୍ଷା ପାଇବା ସାଗରରୁ 

 ରତ୍ନ ଭଣ୍ଡାର ରତ୍ନାକାର କିଛି ନିଅନ୍ତି ନି କାହା ଠାରୁ।

ପର୍ବତ ଠାରୁ ସହିବା ଶିଖିବା ଯେତେ ବାଧା ଆସୁ ସଂସାରୁ 

  ଯେତେ ଝଡ଼ ଆସିଲେ ବି ଘୁଞ୍ଚେ ନା ନିଜ ସ୍ଥାନରୁ।

ନଦୀ ଠାରୁ ଶିଖି ଜୀବନେ ଆଗକୁ ଯିବା ସେବା କରୁ କରୁ 

 ତୃଷ୍ଣା ସେ ମେଣ୍ଟାଇ ଦିଏ ଜୀବର

ଦେଏ ତା ମଧୁର ଜଳରୁ।

ବୃକ୍ଷରୁ ଆମେ ଶିଖିବା ନମ୍ରତା ଜ୍ଞାନ ପାଇ ସଂସାରୁ 

  ଫଳ ଫୁଲ ଦେଇ ନଇଁ ଯାଏ ଶିଖିବା ତ୍ୟାଗ ତା ଠାରୁ।

ଚନ୍ଦନ ହୋଇ ନିଜେ ବାସିବା ଶିଖିବା ଚନ୍ଦନରୁ

  ନିଜେ ମହକି ମହକାଇ ଦିଏ ଶୋଭା ପାଏ ପ୍ରଭୁଙ୍କ ମସ୍ତକରୁ।

ଇଚ୍ଛା ଥିଲେ ସବୁ ଆମେ ଜିଣିବା ଏଇ ମଣିଷ ଜୀବନରୁ 

ଶିଖିବା ପାଇଁ ସବୁ ସ୍ଥାନକୁ ଯିବା ଜିଜ୍ଞାସା ରଖି ସବୁଠାରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational