STORYMIRROR

Nilamani Thapa

Inspirational Others

3  

Nilamani Thapa

Inspirational Others

ବଏଠା

ବଏଠା

1 min
154

ସମିଆ ଟେ ଥିଲା ବଏଠା ଲାଲଠିନ୍

ଥିଲା ଯାହାକେ ଯେତେ

ଏଛେନ୍ ଆରୁ କାହିଁ ପାଏବ୍ କେନୁ

ଖୁଜଲେ ନାଇଁ ନ ଗୁଠେ ।।


ଯେନ୍ ଆଡେଁ ଦେଖବ୍ ବିଜଲି ବତୀ

ରାଏତ୍ ଦିନ୍ ହେଲା ଗୁଟେ

ଗଛେ ଖୁଟେଁ ଲାଗିଛେ ଲାଇନ୍ ତାର

ବଦଲି ଗଲାନ୍ ସତେଁ।।


ଦିନୁ ଦିନ୍ କେ ତ ଲୁକି ଗଲାନ୍ ପୁରନା

ଜିନିଷ୍ ମାନ୍ ଯେତେ

ଆଏଜ୍ କାଲିର୍ ପିଲା ଛୁଆକୁ କହେଲେ

ଖୁଜି ବୁଲବେ କେତେ ।।


ଯେନ୍ତା ସୁବିଧା ସେନ୍ତା ଅସୁବିଧା ହେଲା

କାହାକେ କହେମା ଆରୁ

ବଏଠା ଜଲେଇ ରହୁଁ ଥିଲା ଘରେଁ ତ

ନାଇଁ ନ ସେ ସବୁ ଆରୁ  ।।


ନିଜର୍ ହାତେଁ ଆମେ ନିଜେ ବଦଲଉଛୁ

ନୁଆଁ ନୁଆ ଜିନିଷ୍ ଜାକେ

ଠିକ୍ ସମିଆ ଥି ଆମେ ହଏରାନ୍ ହଉଛୁଁ

ନାଇଁ ଭାବବାର୍ କିହେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational