STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଆସିଛି ବୁଲି ମୁଁ ବଲାଙ୍ଗୀର ଜିଲ୍ଲା

ଆସିଛି ବୁଲି ମୁଁ ବଲାଙ୍ଗୀର ଜିଲ୍ଲା

1 min
160


ଆସିଛି ବୁଲି ମୁଁ ବଲାଙ୍ଗୀର ଜିଲ୍ଲା


ଓଡ଼ିଶାର ପଶ୍ଚିମରେ ଆମ

ବଲାଙ୍ଗୀର ଜିଲ୍ଲା,

୫,୧୬୫ ବର୍ଗ କି.ମି.ଆୟତନ

ଅଟେ ପରା ଆମ ଜିଲ୍ଲା।


ଜିଲ୍ଲାର ମୁଖ୍ୟ ଭାଗ

ଅଟେ ଗ୍ରାମାଞ୍ଚଳ,

ବେଲପଡା ସଇଁତଳା ଲୋକସିଙ୍ଘା

କଣ୍ଟାବାଞ୍ଜି ପାଟଣାଗଡ଼ ଟିଟିଲାଗଡ଼।



ମୁଖ୍ୟ ନଦୀ ଶାଖାନଦୀ ଅଟେ

ମହାନଦୀ ,ତେଲ,

ଅଙ୍ଗ ଜିରା ସେଲଷିଙ୍ଗ ଉଦୁଦର

ସୁନଗଡ଼ ସୁଖତେଲ।



ତିନି ଉପଖଣ୍ଡ ଚାରି ପୌରାଞ୍ଚଳ

ଚଉଦ ପଞ୍ଚାୟତ ସମିତି,

ସାକ୍ଷରତା ହାର ଶତକଡ଼ା୬୫.୫୦

ପୁଣି ଚଉଦ ତହସିଲ।



କଳା ବାଣିଜ୍ୟ ଇଞ୍ଜିନିୟରିଂ ଚିକିତ୍ସାବିଜ୍ଞାନ

ସାମ୍ବାଦିକତା ଆଇନ,

ପାରଙ୍ଗମ ହେବା ପାଇଁ ରହିଅଛି

କେତେ ଯେ ଶିକ୍ଷାନୁଷ୍ଠାନ।



ପର୍ବପର୍ବାଣୀ ମଧ୍ୟରେ ଶୀତଳଷଷ୍ଠୀ

ନୂଆଖାଇ ଭାଇ ଜିଉନ୍ତିଆ,

ମହାଶିବରାତ୍ରି ଶ୍ରାବଣ ପୂର୍ଣ୍ଣିମା

ପାଟଖଣ୍ଡା ଯାତ୍ରା ପୁଅ ଜିଉନ୍ତିଆ।



ଏ ମାଟିର ଗର୍ବ ଗୌରବ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଜେନ୍ଦ୍ର ନାରାୟଣ ସିଂ ଦେଓ,

ଲେଖକ ଡ.ଶ୍

ରୀନିବାସ ଉଦ୍ଗାତା

ଗାୟତ୍ରୀ ସରାଫ ସୁଲେଖିକା,

କ୍ରୀଡାବିତ୍ ଆନନ୍ଦିନୀ ଦର୍ଜୀ

ଇଂ.ଶ୍ୟାମ ପିଟ୍ରୋଡା ବୈଜ୍ଞାନିକ

ଏ ମାଟିରେ ରଖିଥିଲେ ଟେକ।



ମା ସମଲେଶ୍ବରୀ ପାଟଣେଶ୍ଵରୀ ଦୁର୍ଗା ମନ୍ଦିର

ଗିରିଗୋବର୍ଦ୍ଧନ ବିଶ୍ଵାତ୍ମା ଚେତନା ମଠ,ମଠଖାଇ ମନ୍ଦିର

ଭୀମଙ୍ଗେରୀ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବଲାଙ୍ଗୀର ଜିଲ୍ଲାର

ସୁତେଲ ପ୍ରକଳ୍ପ ପ୍ରମୁଖ ଦର୍ଶନୀୟ ସ୍ଥାନ ଆମ ଜିଲ୍ଲାର।



ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଳଙ୍କୃତ କରେ ଭୀମଡୁଙ୍ଗୁରୀ

ପ୍ରାକୃତିକ ବଣ ପାହାଡ଼ରେ ଘେରା ମନୋରମ ଦୃଶ୍ୟ ରାଜି

ଗାଈଖାଇ ଜଳସେଚନ ପ୍ରକଳ୍ପ ଦିଶେ ଅପୂର୍ବ ସୁନ୍ଦରୀ

କୁମୁଡା ପାହାଡେ ପ୍ରଭୁ ଧବଳେଶ୍ବର ପୂଜା ପାଉଛନ୍ତି।



ରାଣୀପୁର ଝରିଆଲ ସୋମତୀର୍ଥ ନାମେ ଖ୍ୟାତ

ମହିଷାମର୍ଦ୍ଦିନୀ ମା ଚଣ୍ଡୀ ପାଇଁ ସଇଁତଳା ଗର୍ବିତ

ହରିଶଙ୍କର ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ

ଯୋଗେଶ୍ଵର ମହାଦେବ ଯୋଗୀଶର୍ଡାରେ ବିଖ୍ୟାତ।



ମୋ ଜିଲ୍ଲା ବଲାଙ୍ଗୀର ବଣ ପାହାଡ ଘେରା

ପ୍ରାକୃତିକ ପରିବେଶେ ଗଡ଼ା,

ଥରେ ଆସି ପାଦ ପକେଇଲେ ବନ୍ଧୁ

ଯିବା ନ ପଡଇ ଲୋଡ଼ା।


Rate this content
Log in

Similar oriya poem from Inspirational