STORYMIRROR

Pranati Mahapatra

Tragedy Inspirational Others

2  

Pranati Mahapatra

Tragedy Inspirational Others

ସେ ବାପା

ସେ ବାପା

1 min
104


ଏକ ଅସରନ୍ତି ସୁଖ ଭଣ୍ଡାରର ସାଇତା 

କୁବେର ପରା ସେ,

ସବୁଠାରୁ ଦକ୍ଷ ଅଭିଜ୍ଞ ସମାଧାନର

ସୂତ୍ର ମୋ ପାଇଁ ସେ,

ସେ ମୋ ଭଗବାନ ମୋ ସୁଖ ଦୁଃଖ

ହସକାନ୍ଦର ସାଥି

ମୋ ବାପା।

ଦିନସାରା ର ସବୁ ଦୁଃଖ ଅବସାଦକୁ

କାନ୍ଧର ଝାଳୁଆ ଗାମୁଛାରେ

ପୋଛି ଦେଇ

ସାଉଁଟି ଆଣନ୍ତି ସାରା ପରିବାର ପାଇଁ

ମୁଠା ମୁଠା ସୁଖର ମୁକ୍ତା,

ସବୁ କଷ୍ଟ ସବୁ ଯାତନାର ଅଳିଆକୁ

ନିଜ ଆଖିରେ ସାଇତି ରଖି

ରାତିର ନିସ୍ତବ୍ଧ ପ୍ରହରରେ

ସମସ୍ତଙ୍କ ଅଜାଣତରେ

ବୁହାଇ ଦିଅନ୍ତି ଲୁହ କରି

ବୋକଚା ତିଆରି ତକିଆ ଉପରେ।

ସେ ମୋ ବାପା।

ଭୋକ ଶୋଷ ଅଭାବ ଅସୁବିଧା ସବୁକୁ

ନିଜ ଲହୁ ସାଥେ ମିଶେଇ ଦେଇ

ବାଡିପଟ ଗଡିଆରେ ଡୁବ ମାରି

ଧୋଇ ଦେଇ ଥାନ୍ତି,

ଘରକୁ ଆସି ଆମ ହସ ସାଥେ ହସିଦେଇ

ଦୁଆରବନ୍ଧ ହୋଇ ସୁରକ୍ଷା

ଦେଇଥାନ୍ତି କୈବଳ ଜଣେ।

ସେ ବାପା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy