STORYMIRROR

Pranati Mahapatra

Children

3  

Pranati Mahapatra

Children

ଆମ ଜହ୍ନମାମୁଁ

ଆମ ଜହ୍ନମାମୁଁ

1 min
180


ଉଜ୍ଜ୍ୱଳ ଆଲୋକ ଅତ୍ୟନ୍ତ ଉତ୍ତପ୍ତ

ସୂର୍ଯ୍ୟ ନାମ ଏ ଜଗତେ,

ଶୁଭ୍ର ଜ୍ୟୋସ୍ନା ରାଶି ମଧୁର ଶୀତଳ

ଭଲ ପାଆନ୍ତି ସମସ୍ତେ।


ଶୀତଳ ଆଭାରେ ଝଲସି ଉଠନ୍ତି

ଚନ୍ଦ୍ରମା ଆକାଶରେ,

ଜହ୍ନମାମୁଁ ସିଏ ଅତି ଆପଣାର

ଶୈଶବେ ନାଚେ ଖୁସିରେ।


ଆ ଜହ୍ନମାମୁଁ ଶରଦଶଶି ତୁ

ଦିଶୁ କେଡ଼େ ସୁନ୍ଦର,

ମୋ କୁନା ହାତରେ ପଡିଗଲେ ଖସି

ଖେଳିବ ସାଥିରେ ତୋର।


ପିଲାବେଳେ ପରା ମାଆର ଡାକରେ

ଜହ୍ନମାମୁଁ ହସିଦିଏ,

କୁଆଁର ପୁନେଁଇ କୁଆଁରୀ ମନରେ

ପ୍ରେମ ଜୁଆର ବଢାଏ।


ଜହ୍ନ ଜୋଛନାରେ କଇଁ ହସିଦିଏ

ଜୋଛନାର ଶ୍ଵେତ ହସ,

ଉତ୍ତାପ ତେଜକୁ କରି ଦେଇ ହ୍ରାସ

ଶୀତଳରେ ଭରେ ହସ।


ଜହ୍ନମାମୁଁ ଆମ ସବୁବେଳେ ଖୁସି

ଭରିଦିଏ ଆମ ମନେ,

ପିଲାଠାରୁ ବୁଢା ପୁଲକିତ ହୋଇ

ଖୋଜନ୍ତି ଏକଥା ଜାଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children