STORYMIRROR

Pranati Mahapatra

Tragedy

4  

Pranati Mahapatra

Tragedy

ଗୁରୁ ପୂଜନ କରିବା

ଗୁରୁ ପୂଜନ କରିବା

1 min
203


ଆଜିର ପବିତ୍ର   ଗୁରୁ ଦିବସରେ 

  କରିବା ଗୁରୁଙ୍କୁ ପୂଜା,

ବରଷକେ ଥରେ   ଏ ଶୁଭ ଲଗନେ

    ଆମ ପାଇଁ ଶ୍ରେଷ୍ଠ ପୂଜା।


ଅଗରୁ କର୍ପୁର   ସୁଗନ୍ଧିତ ଜଳେ

    ଶ୍ରୀପଦ ଧୌତ କରିବା।

ନାନା ପୁଷ୍ପମାଳେ   ଭକ୍ତିଭରେ ପୂଜି

     ଆଶୀର୍ବାଦ ଘେନି ଯିବା।


ନୂଆ ବସ୍ତ୍ର ଦେଇ    ସୁମିଷ୍ଟ ଭୋଜନ

    ତାଙ୍କୁ ଆପ୍ୟାୟିତ କରି,

ଗୁରୁ ବ୍ରହ୍ମା ବିଷ୍ଣୁ   ଗୁରୁ ମହେଶ୍ଵର 

     ସଦା ଥିବା ତାଙ୍କୁ ସ୍ମରି।


ଶୁଣିଅଛି କର୍ଣ୍ଣେ    ପଙ୍ଗୁ ଲଙ୍ଘେ ଗିରି

    ମୂକ କହି ପାରେ କଥା,

ଗୁରୁ ଜ୍ଞାନ ବଳେ    ରହି ଯାଇଥାଏ

     କଟି ଯାଉ ଯାଉ ମଥା।


ଅଜ୍ଞାନ ତିମିର     ହଟାଇଣ ଗୁରୁ

    ଜ୍ଞାନାଲୋକ ଦେବେ ଭରି,

ଜୀବନ ପଥରେ    ଯେତେ ବାଧା ଆସୁ

     ହରି ନେବେ ଗୁରୁ ହରି।


ଆସ ବନ୍ଧୁ ସର୍ବେ   ଭକତି କୁସୁମେ

    ଗୁରୁ ପୂଜନ କରିବା,

ତାଙ୍କ ଶୁଭାଶିଷେ   ଏ ଧରାଧାମରୁ

     ଦୁଃଖ କଷ୍ଟ ଦୂରେଇବା।

     ଗୁରୁଙ୍କୁ ଆସ ପୂଜିବା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy