Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Tragedy

4  

Durjyodhan Barik

Tragedy

କୁଳବଧୂ

କୁଳବଧୂ

1 min
244


କୁଆଁ କୁଆଁ କରି  ଆସିଥିଲି ଦିନେ

ସର୍ବ ମୁଖେ ହସ ଦେଇ,

ବାପଘରେ ମୋର  ଏନ୍ତୁଡି ଜଳିଛି

ଶାଶୁଘରେ ଜଳୁ ଯୁଇ ।


ପିଲା ଥିଲା ବେଳେ  ସମସ୍ତେ କୁହନ୍ତି

ମୋତେ ପରଘରି ବୋଲି ।

ଝିଅ ଜନମତ  ପର ଘରକୁ

ଆଜି ତାହା ବୁଝି ଗଲି ।


ଶୂଆ ଶାରୀ ପରି  ମନ୍ତ୍ର ପଢାଇଲେ

ମୋତେ ହେବାକୁ ସଂସ୍କାରି ,

ନିଶ୍ଚୟ ତାଙ୍କର  ସମ୍ମାନ ରଖିବି

 ସଂସ୍କାର ରଖି ଆବୋରି ।


ବାପାଙ୍କ ଗେହ୍ଲେଇ  ମାଆ ଗଣ୍ଠିଧନ

ହୋଇ ଥିଲି ବାପଘରେ,

ବିଭାଗର ହେଲା କୁଳବଧୂ ସାଜି

ଯାଉ ଅଛି ଶାଶୁଘରେ ।


ଷଠି ଘର ମୋର  ରହିଲା ପଛର

ପିତା ମାତା ହେଲେ ପର,

ବିନୟ ବଚନେ  ସୁଧା ବାଣ୍ଟୁଥିବି

ପର ହେବେ ଆପଣାର ।


ଶାଶୁ ଶ୍ଵଶୁର ମୋ  ଚଳନ୍ତି ଠାକୁର

ତାଙ୍କ ସେବା ମୋ କର୍ତ୍ତବ୍ୟ,

ସ୍ଵାମୀଙ୍କ କର୍ମରେ  ସହଭାଗି ହେଵବି

ସଂସାର ହୋଇବ ଭବ୍ଯ ।


ହୋଇ କୁଳବଧୂ ହେବି ଗୃହଲକ୍ଷ୍ମୀ

ପ୍ରେମମୟୀ ସ୍ନେହମୟୀ,

ପ୍ରେମ ଶ୍ରଦ୍ଧା ଶାନ୍ତି  ବାଣ୍ଟୁଥିବି ସଦା

ହୋଇବି ମୁଁ କାଳଜୟୀ ।


କୁଳବଧୂ ସାଜି  ଘରଣୀ ରୂପରେ

ଘରକୁ ସଜେଇ ନେବି,

ଦୁଃଖ କଷ୍ଟ ସହି ସମସ୍ତଙ୍କ ମୁହେଁ

ସଦା ହସ ଫୁଟାଇବି ।


ଝିଅ ଜନମ ତ  ପର ଘରକୁ

ଏହା ବିଧିର ବିଧାନ,

ଅପରଚିଙ୍କୁ   ଆପଣେଇ ନେବି

ଧନ୍ଯ ହେବ ମୋ ଜୀବନ ।



Rate this content
Log in

Similar oriya poem from Tragedy