STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ମା ଓ ମମତା

ମା ଓ ମମତା

1 min
341

 ମା ଓ ମମତା

***************

ମାଆର ମମତା ଅତି ଗଭୀରତା

କିଏ ସେ କରିବ ତୂଲ

ତା ସ୍ନେହ ଆଦର ଶୀତଳ ପରଶ

ନାହିଁ ତା ଅମୂଲ ମୂଲ।


ତା ଓଠରେ ଵହେ ମମତାର ସିନ୍ଧୁ

ହସରୁ ଝରେ ମୁକୁତା

ରୂପ ଲାବଣ୍ୟ ତା ପାରିଜାତ ସମ

ସନ୍ତାନ ପାଇଁ ମମତା।


ମାଆର ପଣତ ସତେ କି ଅମୃତ

କୋଳ ତା ଲାଗେ ସ୍ୱର୍ଗୀୟ

ସ୍ନେହଵୋଳା ଡାକ ମଧୁର ଆଳାପ

ଝରଇ ସତେ ଅମୀୟ।


ମା ବକ୍ଷ ଵସୁଧା ସେନେହ ଶରଧା

ଲାଗଇ ଭାରି ମଧୁର

ସନ୍ତାନ ପାଇଁ ସେ ସୁଖ ବାଣ୍ଟିଦେଇ

ଦୁଃଖକୁ କରେ ନିଜର।


ତା କର ପରଶ ନିର୍ଭୟ ସାହାସ

ଅଵାଟରେ ସେ ବାଟୋଇ

ମାନସିକ ବ୍ରତ କେତେ ଉପବାସ

କରେ ଯେ ସନ୍ତାନ ପାଇଁ।


ଅନ୍ଧାର ମଧ୍ୟରେ ଆଲୋକର ଶୀଖା

ଦେଖାଏ ନୂଆ ଦୁନିଆଁ

ଉଜ୍ଜ୍ବଳ ଜୀବନ ହେବା ପାଇଁ ସିଏ

ସର୍ବଦା ହୁଅଇ ସାହା।


ସ୍ୱର୍ଗଠାରୁ ବଡ଼ ଫୁଲଠୁ କୋମଳ

ସହନଶୀଳ ହୃଦୟ

ମଙ୍ଗଳ ମନାସି କରୁଣା ଵରଷୀ

ରଖିଥାଏ ସଦା ଲୟ।


ମାଆର ମମତା କେତେ ନିବିଡ଼ତା

ତାହାର ବର୍ଣ୍ଣନା ନାହିଁ

ଦୁନିଆ ଜଗତେ ସଵୁଠାରୁ ବଡ଼

ତୁଳନା ହୋଇବ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy