STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ବୈଭବରେ ଭରୁ ଦେଶ

ବୈଭବରେ ଭରୁ ଦେଶ

1 min
213


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

ମନୁଷ୍ୟ ଜୀବନ ପାଇଁ,

ଯେତେ ଦୁଃଖ ଆସୁ ମନୁଷ୍ୟ ପଥରେ

କର୍ତ୍ତବ୍ୟ ସହିବା ପାଇଁ।୧।


ଦୁଃଖିତ ନ ହେବା କର୍ତ୍ତବ୍ୟ ପଥରେ

କର୍ତ୍ତବ୍ୟ ମନୁଷ୍ୟ ଧର୍ମ,

ଘୁଞ୍ଚି ଯିବ ଦୁଃଖ ଆସିବ ହିଁ ସୁଖ

ନୋହୁଁ ବିଚଳିତ କର୍ମ।୨।


ଜ୍ଞାନ ସତ୍ୟ ଧର୍ମ କର୍ମ ସେବା ଭାବ

ଦେଇଛନ୍ତି ଜନ ଜନ,

ସେହି ଶକ୍ତି ବଳେ ସେବା କରୁ ଥିବା

ଆସିବଟି ଭଲ ଦିନ।୩।


ସମୟ ଆସିଛି ଭୟଙ୍କର ହୋଇ

ସମୟର ଚକ୍ର ଏହି,

ଘୁଞ୍ଚିଯିବ ଦୁଃଖ ଘୁଞ୍ଚିବ ଯନ୍ତ୍ରଣା

ପ୍ରଭୁଙ୍କ ଭିଆଣ ଏହି।୪।


ସେହି ହିଁ ତାରକ ରକ୍ଷକ ବି ସେହି

ଜଗତର କର୍ତ୍ତା ସେହି,

ତାଙ୍କରି ନିର୍ଦ୍ଦେଶେ ସବୁ କିଛି ହୁଏ

ଜାଣି ନପାରନ୍ତି କେହି।୫।


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

ମନୁଷ୍ୟ ଜୀବନ ପାଇଁ,

ଯେତେ ଦୁଃଖ ଆସୁ ମନୁଷ୍ୟ ପଥରେ

କର୍ତ୍ତବ୍ୟ ସହିବା ପାଇଁ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy