STORYMIRROR

Gangotri Priyadarshini

Abstract Tragedy Classics

3  

Gangotri Priyadarshini

Abstract Tragedy Classics

ହେ ଈଶ୍ୱର କର ଚମତ୍କାର

ହେ ଈଶ୍ୱର କର ଚମତ୍କାର

1 min
184

ହେ ଈଶ୍ୱର ଯଦି ସମ୍ଭବ ତୁମ ଦ୍ଵାରା

ପୂର୍ବବତ ମଣିଷ କୁ ବଞ୍ଚିବାରେ ସାହାଯ୍ୟ କର

ଏତେ କରୁଣ ଦୟନୀୟ ସ୍ଥିତି ଦେଖି ଲାଗେ ଡର

ଆଶ୍ରା ଆଜି ନାହିଁ କେ କାହାର

ପ୍ରାଣ ବିକଳେ କାନ୍ଦନ୍ତି ସଂସାରେ ନର ।


ସମ୍ପର୍କ ଲାଗଇ ପାଣି ଫୋଟକା

ଅନିଶ୍ଚିତ ମୁହୁର୍ତ୍ତ ଅପେକ୍ଷାରେ ଦକା

ସହି ହେଉନାହିଁ ଆଜି ଏ ଦୁଃସ୍ଥିତି

 ହେ ଈଶ୍ୱର ବଦଳାଇ କି ପାରିବ ପରିସ୍ଥିତି ?

ତୁମେ ଯେବେ ଏ ସୃଷ୍ଟିର ସୁତ୍ରଧର

ପାରୁଛ କେମିତି ଦେଖି ଏ ତାଣ୍ଡବ ବିଧ୍ୱଂସର

ସ୍ନେହ ମୋହ କୋହ ବିଶ୍ଵାସରେ

ଧୂଳି ଜମାଟ ବାନ୍ଧିଛି ନିଶ୍ୱାସରେ ।


ହେ ଈଶ୍ୱର ଟିକେ ଦୟାକରି ରକ୍ଷା କର

ଘେନ ରୂପ ରକ୍ଷାକର୍ତ୍ତା ହେ ବିଶ୍ୱରୂପ

କ୍ଷଣକରେ ପୋଛି ଦିଅ କରାଳ କାଳ ବହପ

କର ହେ ସ୍ବୀକାର ପ୍ରାର୍ଥନା ପ୍ରତି ପ୍ରାଣର

ନତ ମଥାରେ ମୁଁ ହୃଦେ କରେ ବିଚାର

କେତେ ସେବାଧାରୀ ରୂପେ ତୁମେ ବିଦ୍ୟମାନ 

ମଣିଷ ତ୍ୟାଗ କରୁଛି ମିଥ୍ୟାଚାର ଅଭିମାନ ।


ହେ ଈଶ୍ୱର ତୁରନ୍ତ କର କିଛି ପ୍ରତିକାର

ସର୍ବ ଶକ୍ତିମାନ ଆମ୍ଭେ କରୁ ସ୍ମରଣ

ଉଦ୍ଧାର ହେ ଉଦ୍ଧାର ହେ ଏକା ତୁମେ ହିଁ

ପାରିବ କରି ପାରି ଏ ଭବ ଲହରୀ

ସଂସାରର ଯେତେ କ୍ଲେଶ କର ପ୍ରଭୁ ନିବାରଣ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract