STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କାବ୍ୟ ନାୟିକା

କାବ୍ୟ ନାୟିକା

1 min
193


ମାତୃଭୂମି ମୋର ଏ ଭାରତ ଭୂମି

   ପ୍ରଣିପାତ ନିତି ଦିନ,

ତତ୍ପର ରହିବି ସୁରକ୍ଷାରେ ତାର

   କର୍ତ୍ତବ୍ୟଟି ପ୍ରତିଦିନ।


ମାତୃଭୂମି ପରା ଜନନୀ ଆମର

  ଜୀବନରେ ସର୍ବୋପରି,

କୋଟି ଜୀବ ପ୍ରଣୀ କୋଳରେ ବହିଛି

  କେହେବଟି ତାର ସରି।


ଗଛ ଲତା ପୁଷ୍ପ କୋଳରେ ଧରିଛି

  ଧରିଛି ନଦୀ ପାହାଡ଼,

ପଶୁ ପକ୍ଷୀ ରାବ ଶୁଭେ ଘନଘନ

  ଚାରି ପଟେ ହିଁ ପାହାଡ଼।


କୃଷ୍ଣ ରାମ ଭୂମି ପବିତ୍ର ଭାରତ

  ଆବିର୍ଭାବ ଦାରୁବ୍ରହ୍ମ,

ବଡ଼ ଠାକୁର ସେ ପ୍ରଭୁ ଜଗନ୍ନାଥ

  ଭକ୍ତପ୍ରଭୁ ଦାରୁବ୍ରହ୍ମ।


ମାତାଙ୍କ କୋଳରେ ଆବିର୍ଭାବ ସର୍ବେ

  ବିଶ୍ବରେ ଗୌରବ ମିଳେ 

ଗୁଞ୍ଜୁ ଅଛି ବିଶ୍ବେ ପୌରଣିକ ଗାଥା

  ସାଇତି ରଖିଛି କଳେ।


ପୌରାଣିକ ଶାସ୍ତ୍ର ବିଜ୍ଞାନ ହୋଇଛି

  ସାଜୁଛି ନୂଆ ଭାରତ,

ବିଜ୍ଞାନ ବଳରେ ସୁରକ୍ଷିତ ମାତା

  ସନ୍ଦେଶ ନୂଆ ଭାରତ।


ଆବିର୍ଭାବ ଆଜି ମାତାର କୋଳରେ

  ତାର ମୋଦି ରୂପେ ପୁତ୍ର,

ଅସମ୍ଭବ ସବୁ ସମ୍ଭବ କରନ୍ତି

  ସଦା କର୍ମପଥେ ପୁତ୍ର।


କିପରିଟି ହେବେ ସୁରକ୍ଷିତ ମାତା

   କର୍ମ ତାଙ୍କ ଅନୁକ୍ଷଣ,

ଭାରତ ମାତାର ସନ୍ତାନ ପାଇଁ ହିଁ

   ଚିନ୍ତା ତାଙ୍କ ଅନୁକ୍ଷଣ।


କାବ୍ୟଟି ମୋହର ମାତାର ସମ୍ମାନେ

  ହୃଦୟରେ ସେବା ଭାବ,

ରଚନା ମୋହର ଭାରତ ମାତାଙ୍କୁ

  ରଖି ଥିବି ଭକ୍ତି ଭାବ।


ଖୁସି ଆନନ୍ଦରେ ପୁରୁଛି ଜୀବନ

  ଖୁସି କୋଟି କୋଟି ପୁତ୍ର,

ନାହିଁ ଦୁଃଖ କଷ୍ଟ ମାତାର କଳରେ

  ଆତ୍ମବିଶ୍ୱାସରେ ପୁତ୍ର।


ଆତ୍ମନିର୍ଭରଟି ହେଉଛି ଜନନୀ

  ଆତ୍ମବିଶ୍ୱାସରେ ପୂର୍ଣ୍ଣ,

କମ୍ପୁ ଛନ୍ତି ଶତ୍ରୁ ଶକ୍ତିଶାଳୀ ସେନା

  ସୁରକ୍ଷିତେ ମାତା ପୂର୍ଣ୍ଣ।


ପବିତ୍ର ଏଭୂମି ଜନନୀର ଭୂମି

  ପ୍ରଭୁ ଭକ୍ତି ନିରନ୍ତର,

ନାରୀର ସମ୍ମାନ ସର୍ବୋପରି ଏଠି

  ନାରୀର ସଦା ଆଦର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract