STORYMIRROR

Santanu Bisoi

Abstract Others

3  

Santanu Bisoi

Abstract Others

ମୋ ଗାଁ, ମୋ ସଂସ୍କୃତି

ମୋ ଗାଁ, ମୋ ସଂସ୍କୃତି

1 min
213

ଛୋଟ ମୋର ଗାଁ ସବୁଜ ସୁନ୍ଦର

କେଡେ ମନୋହର ଦିଶେ

ପରିମଳ ସହ ସ୍ୱଚ୍ଛତାରେ ଭରା

ସୁସଞ୍ଚ ଶିରି ଉଦ୍ଭାସେ।


ସାଇ ପଡ଼ିଶାରେ ତୁଣ ଦିଆନିଆ

ମମତାର ଡୋର ସାଜେ

ସକାଳ ଝଗଡା ସଞ୍ଜକୁ ନଥାଏ

ଏକକୁ ଆରେକ ଖୋଜେ।


ଅସୁବିଧା ବେଳେ ଶଙ୍ଖୁଳିବା ପାଇଁ

ଆହା ପଦ କହି ଠିଆ

ତାଆ ବିପଦକୁ ମୋ' ବିପଦ ଭାଳି

ଦେଖାଇ ଦିଅନ୍ତି ହିଆ।


ଗାଁ ଖାଲି ନୁହେଁ ସବୁଜ ସୁନ୍ଦର

ନିଆରା ମଣିଷ ଏଠି

ମେଳା ମହୋତ୍ସବେ ଯାନୀ ଯାତରାରେ

କରୁ ମିଳିମିଶି ବେଠି।


ଏକତା ଐତିହ୍ୟ ଭାଇଚାରା ଭାବ

ଶିଖାଏ ମୋତେ ମୋ ଗାଆଁ

ସାମାଜିକ ନ୍ୟାୟ ଆମ ସମ୍ବିଧାନ

ସେଇ ମୋ ସଂସ୍କୃତି ନାଆଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract