STORYMIRROR

Santanu Bisoi

Tragedy

4  

Santanu Bisoi

Tragedy

ବିଚ୍ଛେଦ (୨)

ବିଚ୍ଛେଦ (୨)

1 min
355

ସାରିଆ ଯାଇଛି ଦାଦନ ଖଟି ଲୋ

ଠିକାଦାର ପାଖେ ବିକିଛି ମୁଣ୍ଡ

ମାସ ପୁରିଲାଣି ପଇସାଟେ ନାହିଁ

ମାଗିବି ପାରୁନି ଖୋଲିକି ତୁଣ୍ଡ।


ବିଦେଶେ ପ୍ରବାସ କଷ୍ଟ ସେ ସହୁଛି

ମନ ତା ରହିଛି ଘର ଆଡ଼କୁ

ଦି ଓଳି ଦି ଥର ଜଳୁଛି କି ଚୁଲି

ପଚାରି ବୁଝିବ ଅବା କାହାକୁ ।


ଦୁରଭାଷ ଦୁରଶ୍ରବଣ ଦର୍ଶନ

ଗରିବ ପାଇଁ କି ସାତ ସପନ

ଦି ଓଳି ଦି ଗୁଣ୍ଡା ଖାଇବା ଚିନ୍ତାରେ

ଅସ୍ତବ୍ୟସ୍ତ ପରା ତାହାର ମନ ।


ମନଭରି ଦୁଇପଦ କଥା ହେଲେ

ହୃଦରୁ ସଂଶୟ ହୁଅନ୍ତା ଦୂର

ଭାବନାଟା ତାର ଭାବନାରେ ରହେ

ବ୍ୟର୍ଥ ଜୀବନକୁ କରି ଧିକ୍କାର।


ସନ୍ତାନ ସନ୍ତତି କଥା ଭାଳି ଭାଳି

ଲୁଚେଇ ଲୁଚେଇ ଝରାଏ ଲୁହ

ଘରଣୀ ସୁକୁରି କଥା ହେଜ ହେଲେ

ମୁଣ୍ଡେ ହାତ ଦେଇ ଶୁଖାଏ ମୁହଁ।


ତା' ଗାଆଁ ପାଣି ପବନର କଥା

ମେଳା ମହୋତ୍ସବ ଜାନି ଯାତରା

ସବୁ ମନେପଡେ ହାତ ଠାରି ଡାକେ

ପ୍ରତିବନ୍ଧ ସାଜେ କର୍ତ୍ତବ୍ୟଧାରା।


ପେଟ ଚାଖଣ୍ଡକ କ୍ରୀତଦାସ କଲା

ହାତ ଗୋଡ ଦୁଇ ବନ୍ଧା ପକାଇ

ଦାଣ୍ଡର କରଜ ଦାଦନ କରିଲା

ଚକ୍ରବୃଦ୍ଧି ସୁଧ ବର୍ଦ୍ଧିତ ହୋଇ।


ନିଠୁର ସମାଜ କଥା ଭାଳି ଭାଳି

ସାରିଆ ଅଳପ ଚମକି ଯାଏ

ପିଲା କୁଟୁମ୍ବ ଠୁ ଜନ୍ମ ଭୂଇଁ ଯାଏ

ପ୍ରବାସର କଷ୍ଟ ବିଚ୍ଛେଦ ଦିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy