STORYMIRROR

Santanu Bisoi

Tragedy Others

3  

Santanu Bisoi

Tragedy Others

ଅଛବା

ଅଛବା

1 min
132


ଜାତିବାଦ ତଳେ ଅଛୁଆଁ ଜୀବ ମୁଁ

ମଣିଷ ଜନମ ନେଇ,

କିଏ କହେ ପାଣ କିଏ କହେ ହାଡ଼ି

ଛୁଅଁ ନାହିଁ ଛୁଅଁ ନାହିଁ।।

ଖଦାଳ କଣ୍ଡରା ଧୋବା ଡ଼ମ ବୋଲି

ସମାଜେ ଅଛବ ଶ୍ରେଣୀ

ପାଞ୍ଚ ପଚିଶରେ ହେୟ ହୀନିମାନ

ଅଗ୍ରାହ୍ୟ ଆମର ବାଣୀ।।

ପଙ୍'କ୍ତି ଭୋଜନ ଶେଷେ ଆମେ ଖାଉ

ମନ୍ଦିର ଆମକୁ ମନା

ସଭା ସମିତିରେ ଦୁରେଇ ବସୁଛୁ

ହୋଇ କାହା ଘୃଣ୍ୟମନା।।

କେତେ ଯେ ଆଇନି ଆମ ସମ୍ବିଧାନେ

ଛୁଆଁ ଅଛୁଆଁର ପାଇଁ

ଗାନ୍ଧୀ ଯୁଗରୁ ଆଜିଯାଏ ବୋଲି

ପଡିଛି ମୃତକ ହୋଇ।।

ନାଲି ରକ୍ତ ଆମ, ସଭ୍ୟ ଶିକ୍ଷିତ

ଶୁଚିବନ୍ତ ଦେହ ବହି

ଆଉ କେତେ ଯୁଗ ଅପେକ୍ଷା କରିବୁ

ମୁଖ୍ୟସ୍ରୋତେ ଯିବା ନେଇ।।

ଜାତିହୀନ ଶ୍ରେଣୀ ଗଢିବୁ ଆମେଟି

ଅହଂ ବ୍ରହ୍ମୋସ୍ମି ଗାଇ

ସନାତନ ଧର୍ମେ "ଅଛବ" ଶବ୍ଦକୁ

ଦେବୁ ସଯତ୍ନେ ଲିଭାଇ।।

ଧର୍ମ ଜାତି ନେଇ ସଂକୀନ୍ନ ମନରେ

ଯେତେ କୁତ୍ସା ତୁମେ ରଟ

ଛୁଆଁ ସୃଷ୍ଟିକାରୀ ବଡ଼ପଣ୍ଡା ନିଶ୍ଚେ

ତୁମ କୂଟ ହେବ ନଷ୍ଟ।।

ଘୃଣ୍ୟ ଜାତି ପ୍ରଥା ଉଠାଇ ଦେବାକୁ

ଜନ୍ମିବେନି କର୍ଣ୍ଣଧାର

ଆମ ଭାଗ୍ୟ ଆମେ ନିର୍ମାଣ କରିବୁ

ହୋଇବୁ ଉନ୍ନତତର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy