STORYMIRROR

Santanu Bisoi

Romance Tragedy

3  

Santanu Bisoi

Romance Tragedy

ଛଳନା

ଛଳନା

1 min
153

ମୋ କରପଲ୍ଲବେ ତୁମ କର ଛନ୍ଦି

ଚାଲିଛ ଅନେକ ପଥ

ଭାବ ଦିଆ ନିଆ ଅନ୍ତରଙ୍ଗ ସ୍ନେହେ

କଟିଛି କେତେ ନିଶିଥ।।


ମହାବିଦ୍ୟାଳୟ ପାଠାଗାର ମଧ୍ୟେ

ପଢିବା ବାହାନା ନେଇ

ହୋଇଥିଲେ ଯେତେ ଭାବଦିଆନିଆ

ସେ ସ୍ୱପ୍ନ ରହିଛି ଜୀଇଁ।।


ପ୍ରମୋଦ ଉଦ୍ୟନେ ରମି ରମି ଯେବେ

ହେଇଯାଉଥିଲି କ୍ଲାନ୍ତ

ମୋ ମଥା ଆଉଁସି ହୃଦେ ଚାପିଧରି

ଢାଳିଛ ପ୍ରେମ ଅନନ୍ତ।।


ତୁମ ଜାନୁପରେ ମଥା ରଖିଦେଇ 

ଚନ୍ଦ୍ରବଦନକୁ ଚାହିଁ

କଳ୍ପନା ରାଜ୍ୟ ମୋ ଲହଡି ଭାଙ୍ଗଇ 

ଯେହ୍ନେ ଉର୍ମି ବେଳାଭୂଇଁ।।


ଅଜ୍ଜ ସାଥେ ସୂର୍ଯ୍ୟ ଜହ୍ନ ସାଥେ କଇଁ

କରୁଥିବା ପ୍ରେମ ମିଛ

ଆବିଳତା ଶୁନ୍ୟ ଆମ ଏ ମିଳନ

ଦୁନିଆଁର ଶ୍ରେଷ୍ଠ ସ୍ୱଚ୍ଛ।।


କି ଦେଖିଲ କୁହ ଧନ କି ସମ୍ପତ୍ତି

ବଳିଷ୍ଠ ବପୁ ଶ୍ରୀମୁଖ

ଆନ ହାତ ଧରି କରିବ ସଂସାର

କହି ଦେଲ ଆଜି ଦୁଃଖ।।


ଛଳନା ନାଟକ ଶେଷ ଦୃଶ୍ୟପଟ୍ଟେ

ଖଳନାୟିକା କି ତୁମେ

ବିଛାଇ ତୁମର ପ୍ରେମ ମାୟାଜାଲ

ରଖିଥିଲ ମୋତେ ଭ୍ରମେ।।


ମୋ ପ୍ରେମ ଶାଶ୍ୱତ କଳଙ୍କ ବିହୀନ

ପବିତ୍ର ଗଙ୍ଗା ତୁଳସୀ

ଏ ଜନ୍ମେ ନହେଲେ ଆର ଜନ୍ମେ ନିଶ୍ଚେ

ପାଇବି ତୋତେ ଷୋଡ଼ଶୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance