STORYMIRROR

Debabrata Jena

Romance

3  

Debabrata Jena

Romance

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
14K


ଶବ୍ଦ ବି ନିଃଶବ୍ଦେ ଝଙ୍କାର ତୋଳୁଛି

ତୁମକୁ ଦେଖିଲା ପରେ

ହୃଦୟେ ନୂପୁର ନିକ୍ଵଣ ଶୁଭୁଛି

ନିଶାର୍ଦ୍ଧ ନିର୍ଜନତାରେ ।।

ମାନସପଟରେ ଉଦିତ ହେଉଛି

ତୁମ ଓଠ ସ୍ମିତ ହସ

ବିଭାବରୀ କୋଳେ ସପନ ଖିଆଲେ

ପ୍ରତି ଛନ୍ଦା ନିତି ଆସ ।।

ପ୍ରତ୍ୟୁଷ ପ୍ରଭାରେ ଗୋଧୂଳି ଆଭାରେ

ତୁମେ ସାଜ ଲାସ୍ୟ ମୟୀ

ଶରତ ବେଳାରେ ନିମ୍ନଗା କୋଳରେ

ତୁମେ ପ୍ରିୟା ଛନ୍ଦମୟୀ ।।

ନିଝୁମ ,ନିଶୁନ , ନିସ୍ତବ୍‌ଧ ମୁହୂର୍ତ୍ତେ

ତୁମେ ନିତି କାହିଁ ଭେଟ

ବେଦନା , ବିଧୂର ,ବିରହ ହୃଦୟେ

ପ୍ରଶମନ କର କ୍ଷତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance