STORYMIRROR

Sarat Jal

Romance

3  

Sarat Jal

Romance

କିଏ ତୁ ?

କିଏ ତୁ ?

1 min
14K


ସପନରେ ମୋର ଆସୁଛୁ

ହୃଦୟରେ ମୋର ବସୁଛୁ ,

ସପନ ସରିଲେ ନିଦ ଭାଙ୍ଗିଗଲେ

ଭାବନାରେ ପଶିଯାଉଛୁ

କହିବ କି ସାଥି...କିଏ ତୁ ?

ବରଷାରେ ସାଥେ ଭିଜୁଛୁ

ଫଗୁଣରେ ରଂଗ ସାଜୁଛୁ ,

ଶ୍ରାବଣ ସରିଲେ ଫଗୁଣ ଫେରିଲେ

ପ୍ରୀତି ରଂଗ ମନେ ବୋଳୁଛୁ

କହିବ କି ସାଥି...କିଏ ତୁ ?

ନିଶ୍ଵାସରେ ମୋର ବସିଛୁ

ବିଶ୍ଵାସରେ ମୋର ମିଶିଛୁ,

ନିଶ୍ଵାସ ଚାଲେନା ଦିନେ ତୋ ବିନା

ସ୍ପନ୍ଦନରେ ଲୁଚି ଯାଉଛୁ

କହିବ କି ସାଥି...କିଏ ତୁ ?

ବାଟରେ ମୋ ସାଥେ ଚାଲୁଛୁ

କେବେ ପୁଣି ଝୁଣ୍ଟି ପଡୁଛୁ ,

ଅଧା ବାଟେ ମତେ ବାଟ ବଣା କରି

ପୁଣି ଆସି ହାତ ଧରୁଛୁ

କହିବ କି ସାଥି...କିଏ ତୁ ?

ସଂଜ ବେଳେ ଦୀପ ଜାଳୁଛୁ

ନୀରବରେ ନୀର ଢାଳୁଛୁ

ଶହେ ମାନସିକ ମନରେ ମନାସି

ମନେମନେ ଭଲପାଉଛୁ

କହିବ କି ସାଥି...କିଏ ତୁ ?

ଅନ୍ତରେ ଅନ୍ତର ନୋହୁଛୁ

ଅନ୍ତରଂଗ କେତେ ହେଉଛୁ

ଅଧରେ ଅଧର ଛୁଆଁ ପାଇବାକୁ

ବେଳେବେଳେ ମତେ ଖୋଜୁଛୁ

କହିବ କି ସାଥି....କିଏ ତୁ?

ଲୁଚି ପୁଣି ଦେଖାଦେଉଛୁ

ଧରିବାକୁ ଗଲେ ଧାଉଁଛୁ

ପ୍ରତିଧ୍ୱନି ମତେ ପ୍ରତି ଥର କହେ

ପ୍ରତିଶୋଧ ବୋଧେ ନେଉଛୁ

କହିବ କି ସାଥି...କିଏ ତୁ ?

ଶରତ ଚନ୍ଦ୍ର ଜାଲି

ତା:୬/୮/୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance