Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Others Romance

3  

Biswa Bharati Dash

Others Romance

ଲେଉଟାଣି

ଲେଉଟାଣି

1 min
6.5K


ଏଇ ଚାଲନା , ପୁଣି ଫେରି ଯିବା

ପରସ୍ପର ଅଚିହ୍ନା ହୋଇ ଯିବା ...

ପୁଣି ଥରେ ଆମେ ଚିହ୍ନା ଚିହ୍ନି ହେବା !

ଓଃ, ଭାରି ଅସହ୍ୟ ହେଲାଣି

ଏ ପୁରୁଣା ରୁନ୍ଧିରାନ୍ଧି ଯାଇ ଥିବା ସମୟ ସବୁ ...

କ'ଣ କହୁଛ , ଭଲ ହୁଅନ୍ତାନି ?

ଏଇ ଚାଲନା , ପୁଣି ଫେରି ଯିବା

ପୁଣି ସେଇ ଫୁଟିଲା ଯୌବନକୁ ...

ପୁଣି ଥରେ ଆଖିରେ ଆଖି ମିଶେଇବା !

ଓଃ, ଭାରି ଅସହ୍ୟ ହେଲାଣି

ଏ ଅଲୋଡା ଲୁହ ଆଉ ବାଧ୍ୟ ହସ ସବୁ ...

କ'ଣ କହୁଛ , ଭଲ ହୁଅନ୍ତାନି ?

ଏଇ ଚାଲନା , ପୁଣି ଫେରି ଯିବା

ଆମର ସେ କଅଁଳିଆ ଦୁନିଆକୁ ...

ପୁଣି ଥରେ ବୋହୁ ବୋହୁକା ଖେଳ ଖେଳିବା !

ଓଃ, ଭାରି ଅସହ୍ୟ ହେଲାଣି

ଏ ସତସତିକା ବାହାଘର ଖେଳ ସବୁ ...

କ'ଣ କହୁଛ , ଭଲ ହୁଅନ୍ତାନି ?

ଏଇ ଚାଲନା , ପୁଣି ଫେରି ଯିବା

ଆମର ସେଇ ଅଭୁଲା ଦିନକୁ ...

ପୁଣି ଥରେ ନୂଆ କରି ଆରମ୍ଭିବା !

ଓଃ, ଭାରି ଅସହ୍ୟ ହେଲାଣି

ଏ ଲିଭି ଲିଭି ଯାଉଥିବା ଅନୁଭବ ସବୁ ...

କ'ଣ କହୁଛ , ଭଲ ହୁଅନ୍ତାନି ?

ପୁଣି ଥରେ ନୂଆ କରି ସବୁକିଛି .....

ମୁଁ ଆଉ ତୁମେ, ତୁମେ ଆଉ ମୁଁ .....

ଏ ଦୁନିଆ ଥିଲେ ଥାଉ, ଅବା ଗଲେ ଭାସିଯାଉ ...

ସବୁ କିଛି ଭୁଲ ହେଉ , ଆମ ପ୍ରେମ ଜଳୁଥାଉ ...

କ'ଣ କହୁଛ , ଭଲ ହୁଅନ୍ତା ନି !

ବିଶ୍ଵ ଭାରତୀ (ଗୋସ୍ୱାମୀ) ଦାଶ। ବାଙ୍ଗାଲୋର।


Rate this content
Log in