STORYMIRROR

Biswa Bharati Dash

Fantasy

2  

Biswa Bharati Dash

Fantasy

ଶୀତ ଏମିତି କି

ଶୀତ ଏମିତି କି

1 min
12.9K


ଯାଇ ଥିଲି ମୁହିଁ

ଶୀତକୁ ଭେଟିବା ପାଇଁ

ବିଲ ବାଡ଼ି ଆଉ ପାହାଡ଼ ଡେଇଁ

ପାରି ହୋଇ ଗଲି ଝରଣା ନଈ

ହେଲେ ଶୀତ ମୋତେ ମିଳିଲା ନାହିଁ !!

ଯାଇ ଥିଲି ମୁହିଁ

ଶୀତକୁ ଖୋଜିବା ପାଇଁ

ଆକାଶେ ପାତାଳେ ଖୋଜିଲି ଯାଇ

ଶବଦ ମୋହର ହଜିଲା ଶୂନ୍ୟେ

ହେଲେ ଶୀତ ମୋତେ ମିଳିଲା ନାହିଁ !!

ଯାଇଥିଲି ମୁହିଁ

ଶୀତକୁ ଦେଖିବା ପାଇଁ ,

ସକାଳୁ ବାହାରି ସଅଳ ଖରେ ....

ସଞ୍ଜ ରାତି ପୁଣି ପାହାନ୍ତି ଫେରେ ....

ହେଲେ ଶୀତ ଦେଖା ପାଇଲି ନାହିଁ !!

ଭାବିନେଲି ଯେବେ

ଶୀତକୁ ଭାବିବି ନାହିଁ ,

ମନରୁ ତାକୁ ମୁଁ ଦେଲି ଭୁଲାଇ ,

ଆଉ ତୋତେ ମୁହିଁ ଖୋଜିବି ନାଇଁ ,

ରାତି ଅଧରେ ମୋ ଦିହରେ ତାତି ...

ଆପାଦ ମସ୍ତକ ଥରୁଛି ଛାତି ...

ପ୍ରତିଟି ଅଙ୍ଗରେ ତାହାର ସ୍ପର୍ଶ ...

ଯା'କୁ ଖୋଜୁଥିଲି ବର୍ଷକୁ ବର୍ଷ ...

ଦେହେ ମୋର ସତେ ଜଳାଏ ନିଆଁ ...

ଛୁଆଁ ତାର ସତେ ବଡ଼ କିମିଆ ...

ଏଡିକି ଜବ୍ବର ହୁଏ କି ଶୀତ !

ଶୀତର ବେଶରେ ଅଛି ମୋ ମିତ !

ଆଉ କେବେ ତାକୁ ଖୋଜିବି ନାହିଁ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy