STORYMIRROR

LALIT MOHAN DASH

Romance Fantasy Inspirational

3  

LALIT MOHAN DASH

Romance Fantasy Inspirational

ପ୍ରେମ ପବିତ୍ର

ପ୍ରେମ ପବିତ୍ର

1 min
182


ପ୍ରେମ ଶ୍ଵାଶତ ପବିତ୍ର ଚିରନ୍ତନ

ପ୍ରେମ ଜୀବନ୍ତ ନାହିଁ ତାର ଅନ୍ତ।

ସର୍ବ ପ୍ରାଣି ହୃଦୟରେ ସଂକ୍ରମିତ

ପ୍ରେମ ଆଶା ବିଶ୍ଵାସର ଅମୃତ।

ଯେଉଁଠି ଥାଏ ପ୍ରେମର ଅନୁପସ୍ଥିତ

ମରୁଭୂମି ସମ ଜୀବନ ନିଶ୍ଚିତ।

ପାଏ ଯେବେ ମନ ପ୍ରେମର ପରଷ

ବିଶ୍ଵାସରେ ବାନ୍ଧିଦିଏ ତା ଆୟୁଷ।

ସୃଷ୍ଟି ହୁଏ ସ୍ପନ୍ଦନେ ଅଜଣା କମ୍ପନ

ଭରିଯାଏ ଆତ୍ମାର ନବ ଶିହରଣ।

କେବେ ଝାଞ୍ଜି ଖରା କେବେ କଣ୍ଟକିତ

କେବେ ସ୍ବପ୍ନଶାନ୍ତ ରଙ୍ଗ ମଧୁମିତ।

କ୍ଷଣିକ ଜୀବନେ ପ୍ରେମର ପିୟୁଷ

ଶୁଷ୍କ ଓଠେ ଖେଳେ କଲ୍ଲୋଳିନୀ ହସ।

ପ୍ରେମ ଚିର ସ୍ରୋତ ସ୍ବଚ୍ଛ ସ୍ରୋତସ୍ବିନୀ

ମରୁ ବୁକୁରେ ମୁକ୍ତା ଝରା ଶ୍ରାବଣୀ।

ସରସତା ହୃଦୟରେ ରୋମାଞ୍ଚିତ

ଉପସମ ପ୍ରାଣେ ପୂର୍ଣ୍ଣ ସମ୍ମୋହିତ।

ଜୀବନ ପ୍ରାଙ୍ଗଣେ ପୁଲକ ଖେଳାଏ

ପ୍ରତିକ୍ଷଣେ ପ୍ରୀତି ବାସ୍ନା ମହକାଏ।

ପ୍ରତିଟି ହୃଦୟ ସ୍ପନ୍ଦନେ ଆତଯାତ

ପ୍ରେମ ଅନନ୍ତ ସର୍ବତ୍ର ସ୍ଥାପିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance