STORYMIRROR

ସୁଭଦ୍ରା ସିଂହ

Fantasy Inspirational

3  

ସୁଭଦ୍ରା ସିଂହ

Fantasy Inspirational

ଅବଶୋଷ

ଅବଶୋଷ

1 min
180

ନକର ନକର      ଅବଶୋଷ ଆଉ

         ଗଲାଣି ସମୟ ଗଡି 

ଅତୀତ ମରିଛି       ସମ୍ପ୍ରତି କୋଳରେ 

          ଭବିଷ୍ୟ ନଯାଉ ବୁଡି। 


ଛାଡି ଯାଇଛ ଯା     ଭୂତ ସହରରେ

          ସିଏ କି ପାଇବ ପ୍ରାଣ

ସେଥିପାଇଁ ପୂର୍ବେ      ସଭିଏଁ କହନ୍ତି 

          ବୁଝି ଚିନ୍ତି କର କର୍ମ। 


କରିଯାଇଛ ଯା'      ସେ କର୍ମ ପଥରେ

         ଆଉ ନ ପାରିବ ଫେରି 

କିମ୍ପା ଅନୁତାପ         କାହୁଁ ପଶ୍ଚାତାପ

          ଭାରି କର ମନେ ଭାଳି। 


ଆଉ କି ଆସିବ       ସେହି ପିଲାଦିନ

        ଗୋଧୂଳି ବେଳର ଖେଳ 

ଲେଉଟିବ କି ସେ     ଅମା ଅନ୍ଧକାର 

        ଡିବିରି ବତୀର ଜାଳ। 


ପୁଣି ଉଇଁବ କି        ଯୌବନର ଇନ୍ଦୁ

        ପ୍ରେମର ଅମ୍ବର ବୁକେ

ମିଳିବ କି ସେହି        ମୟୂର ଚନ୍ଦ୍ରିକା 

         ପୁରୁଣା ବହିର ପୃଷ୍ଠେ। 


ଘଟି ଯାଇଛି ଯା       ସମୟ ସ୍ରୋତରେ 

         ଆଉ କି ପାରିବ ଫେରି 

ଯେଉଁ ଖେଳ ସବୁ       ବୟସ ଖେଳିଛି 

         ମନୁ ନହୁଏ ପାଶୋରି। 


କେତେ ସ୍ମୃତି ଅଛି      ଶୈଶବ ହିଆରେ 

         ପାରିବ ନାହିଁ ମୁଁ ପଢି

ପଢିପାରିବି କି         ସେ ମନ ଜ୍ୱାଳାକୁ

          ଯାହା ଯାଇଅଛି ପୋଡି। 


ଗଢି ନହୋଇଲା        ସପନ ସହର

         ଯାହା ଦେଖିଥିଲା ଆଖି

ଭାଙ୍ଗିବି ହେବନି        ବାସ୍ତବ ସାମ୍ରାଜ୍ୟ 

          ଭାଗ୍ୟ ବଳେ ଯା'ର ପ୍ରାପ୍ତି। 


ସଂସାର ସାଗରେ       ଭାସି ଯାଉଥିଲେ

           କ୍ଷେପଣିକ ମାୟାଧର

ଅଲେଉଟା ନାବେ       ସବାରି କରିଲେ 

           ବିଧାତା କରନ୍ତି ପାର। 


ବିତି ଯାଉଛି ଯା          ବିଧିର ବିଧାନ 

         ଏ ଲାଗି ନକର ଦୁଃଖ 

କର୍ମକୁ ଆଦରି           ଧର୍ମକୁ ଆଚରି 

         ମନ କର ଶାନ୍ତ ସ୍ଥିର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy