STORYMIRROR

Rabindra kumar Sahoo

Abstract Fantasy Inspirational

3  

Rabindra kumar Sahoo

Abstract Fantasy Inspirational

,ଏ ସୃଷ୍ଟି

,ଏ ସୃଷ୍ଟି

1 min
126

   

   ଏ ସୃଷ୍ଟି,

     କେଡେ ବିଚିତ୍ର

  କେତେ ଏହାର ବୈଚିତ୍ର୍ୟ

   ବିଭିନ୍ନତା ମଧ୍ୟରେ ଏକତା

   ଅଟେ ଏହାର ମାହାତ୍ମ୍ୟ ।


    ଏ ସୃଷ୍ଟି,

    ବଣ ଜଙ୍ଗଲ

    ବନ୍ୟପ୍ରାଣୀଙ୍କ ଦ୍ଵାରା ଗଠିତ

    ନଦ ନଦୀ ସମୁଦ୍ର

   ଚତୁର୍ଦ୍ଦିଗେ ପାହାଡ ପର୍ବତେ ଶୋଭିତ ।


   ଏ ସୃଷ୍ଟି,

    ମାନବ ପାଇଁ ଗର୍ବିତ

   ଜୀବ ଜଗତର

    ମାନବ ହିଁ ଜୀବ ଶ୍ରେଷ୍ଠ

   ମାନବ ସଭ୍ୟତାର ବିକାଶରେ

   ସଭ୍ୟତା ସଂସ୍କୃତି ହୋଇଛି ଆଜି ମହତ ।


    ଏ ସୃଷ୍ଟି,

   ମାନବିକତା ଓ ମଣିଷ ପଣିଆକୁ

   ଯୁଗେ ଯୁଗେ କରେ ସମ୍ମାନିତ

   ମାନେ ରଖେନି ଧନ,

    ସମ୍ପଦ ଓ ପ୍ରଭୁତ୍ଵ

   ସେବା ପରୋପକାରର

    ରହିଛି ରହିଥିବ ମହତ୍ତ୍ଵ ।


   ଏ ସୃଷ୍ଟି,

    ନାରୀଶକ୍ତିକୁ ଦେଇଛି ଇଜ୍ଜତ

   ନାରୀଶକ୍ତି ମାତୃଶକ୍ତି

    ସେ ମାତୃ ଜାତି

   ମାତୃଭାଷା ମାତୃଭୂମି

    ମା ପାଇଁ ମାଟି ପାଇଁ

     କାଳେ କାଳେ

   ପିନ୍ଧାଇଛି ତ୍ୟାଗୀ ସସ୍କାରୀ ମାନଙ୍କୁ

    ବିଜୟର ମୁକୁଟ ।


   ଏ ସୃଷ୍ଟି,

    ଚିହ୍ନିଛି ଚିହ୍ନାଇଛି

   ଜୀବନର ମାନେ

    ଜୀବିକାର ମାନେ

  ଯୋଡିଛି ଆମ ମାନଙ୍କ ମଧ୍ୟରେ

    ନାନାବିଧ ସମ୍ପର୍କ

  ସଜୀବ ନିର୍ଜୀବ ମଧ୍ୟେ

    ବୁଝାଇଛି ଫରକ୍

   ଜନ୍ମ ଠାରୁ ମୃତ୍ୟୁ ଯାଏଁ

    ସମାଜ ସାମାଜିକତା

   ସାମାଜିକ ଶୃଙ୍ଖଳରେ

    ବନ୍ଧା ଆମେ ସଭିଏଁ

   ସମାଜ ପାଇଁ ସବୁ ଆମ ସମ୍ପର୍କ ।


   ଏ ସୃଷ୍ଟି,

    ପ୍ରାଧାନ୍ୟ ଦେଇଛି ଶିକ୍ଷାକୁ

   ଶିକ୍ଷା ହିଁ ଜୀବନର ମାପକାଠି

   କ୍ରମଶଃ ବିବର୍ତ୍ତନବାଦ ଯୋଗୁଁ

  ମଣିଷ ସମାଜେ ରହି 

   ଗଢିଛି ତା ଗୋଷ୍ଠୀ

   ପ୍ରକୃତି ପରିବେଶ ଠାରୁ

    ଦେଖି ଦେଖି ଶିଖିଛି ଅନେକ

   ଆଜିର ମାନବ ଦାନବ ସାଜି

    ସାଜିଛି ପରିବେଶର ବିଧ୍ଵଂସକ ।


    ଏ ସୃଷ୍ଟି,

    ଚାହେଁ ପରିବର୍ତ୍ତନ

    ହେଲେ ଚାହେଁନି ଧ୍ଵଂସ

     ଚାହେଁ ବିବର୍ତ୍ତନ

    ହେଲେ ଚାହେଁନି

     ମଣିଷ ଭକ୍ଷଣ କରୁ

    ମଣିଷର ମାଂସ

     ଯେଉଁ ଶିକ୍ଷା ସମାଜର

     କରେ ହିତ ସାଧନ

     ଏ ସୃଷ୍ଟି କରେ ତା'ର

     ସ୍ଵାଗତଟି ଜାଣ 

     ସ୍ଵାଗତଟି ଜାଣ

     ଏ ସୃଷ୍ଟି ମହାନ

    ତା'ର ସ୍ରଷ୍ଟା ହିଁ ମହାନ୍ ।


   

   

     


     

   

    

    


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract