STORYMIRROR

Keshab Chandra Dash

Classics Fantasy Children

3  

Keshab Chandra Dash

Classics Fantasy Children

ଆସିଗଲା ନୂଆବରଷ

ଆସିଗଲା ନୂଆବରଷ

1 min
251

 

ନୂଆ ଉତ୍ସାହ,ଉଦ୍ଦୀପନା ନେ଼ଇ

ଏକ ସୁନ୍ଦର ସ୍ୱପ୍ନର ପସରା ବୋଝେଇ 

ସାକାର କରିବା ଲକ୍ଷ୍ୟ ନେଇ

କେତେ ହସ , ଖୁସି ସମ୍ଭାବନା ,

ଭାତୃଭାବର ନୂଆ ମନ୍ତ୍ରକୁ ସଜାଇ 

ବିଜୟଗାଥାର ନବ ମୂର୍ଚ୍ଛନା। ବଜାଇ 

ଦେଇଯିବ କେତେ ଖୁସିର ପରଶ

ଆସିଗଲା ନୂଆବରଷ 

ଆସିଗଲା ନୂଆବରଷ।


ପୁରୁଣା ସ୍ମୃତିକୁ ପଛରେ ପକାଇ

ନୂତନ ଆଶାର ନୂଆ କିରଣରେ

ସ୍ନେହ କରୁଣାର ପ୍ରୀତି ବନ୍ଧନରେ

ନୂଆ ଭାବନାର ରଙ୍ଗୀନ ସ୍ୱପ୍ନରେ

ସୁଖ, ଶାନ୍ତି,ମୈତ୍ରୀ, ପ୍ରେମ ବନ୍ଧନରେ

ନିଜକୁ ଦେଇଛି ସଜାଇ

ହୋଇ ନବମାଧୂର୍ଯ୍ୟର ବେଶ

ଆସିଗଲା ନୂଆ ବରଷ

ଆସିଗଲା ନୂଆ ବରଷ ।


ବହିଯାଉ ତାର ଅମୃତର ଧାରା

ସୁନ୍ଦର ସରସ ସଦା ହେଉ ଧରା

ନରହୁ ଜୀବନେ ହିଂସା ମିଥ୍ୟାଚାର

ଆନନ୍ଦିତ ହେଉ ଏ ସାରା ସଂସାର

ଭୁଲିଯାଉ ଏ ମଣିଷ ସକଳ ବିବାଦ

ନୂଆବରଷ ଦେଇଯାଉ ଅପାର ଆନନ୍ଦ

ତାର ପ୍ରେମ ପରଶରେ ସୁଖୀ ହେଉ ଦେଶ

ଆସିଗଲା ନୂଆବରଷ

ଆସିଗଲା ନୂଆବରଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics