କବିତା ନୀତିବାଣୀ:୧୬
କବିତା ନୀତିବାଣୀ:୧୬
କାହାକୁ କଷ୍ଟ ଦେଇ ତୁମେ ଜୀବନରେ
ହୋଇପାରିବନି କେବେ ସୁଖୀ,
କାହାରି ଅନ୍ତରାତ୍ମାରୁ ବାହାରୁଥିବା କୋହ
ଅଭିଶାପ ଅଟେ ଯାହା କରୁଥିବ ସଦା ଦୁଃଖୀ ।
ଅନ୍ୟର କିଛି ମଙ୍ଗଳ ନ କଲେ କେବେ
କିପରି ବା ମିଳିପାରିବ କାହାର ଆଶୀର୍ବାଦ?
ସେହି ଆଶୀର୍ବାଦ ହିଁ ଉନ୍ନତିର ପ୍ରଥମ ସୋପାନ
ଦୂର କରିଦେବ ଜୀବନରେ ସମସ୍ତ ବିଷାଦ।
ତେଣୁକରି କେବେହେଲେ ହେ ମନୁଷ୍ୟ !
ନ କର ତୁ ବୃଥା ଅଭିମାନ ଓ ଅହଙ୍କାର,
ସମୟ ଦିନେ ନା ଦିନେ ବଦଳିବ ନିଶ୍ଚିତ
ଯାହା କରିଦେବ ତତେ ରାଜାରୁ ଫକିର ।
