ମୁଁ ପ୍ରେମିକା ତୁମର
ମୁଁ ପ୍ରେମିକା ତୁମର


ତୁମେ କେତେବେଳେ ଚାଲି ଆସି
ସୁପ୍ତ ଆକାଂକ୍ଷା ଟିଏ ଆଙ୍କି ଦେଇ ଯାଅ ହୃଦୟରେ,
ନା ମୁଁ ବଞ୍ଚି ପାରେ,ନା ମୁଁ ମରି ପାରେ l
ଏଇ ବଞ୍ଚିବା ମରିବା ରେ ବି
ମୁଁ ଭାବନାରେ ଭୋଗି ଚାଲେ
ତୁମ ପ୍ରେମକୁ ପ୍ରତି ମୁହୂର୍ତ୍ତ ।
ନିଃଶ୍ୱାସ ରେ ମହକ ଟିଏ ସାଜି
ଛୁଇଁ ଯାଅ ମୋ ପ୍ରତ୍ୟେକ ତନ୍ତ୍ରିକୁ l
ମୁଁ ଆନମନା ହୁଏ ତୁମ କଥା ଭାବି
ଇଚ୍ଛା ହୁଏ ନିସ୍ତରିବି ତୁମ ପ୍ରାପ୍ତି ପରେ ।
ଇଚ୍ଛା ହୁଏ ପାଲଟିବାକୁ ତୁମ ସ୍ପର୍ଶରେ
ପାଷାଣି ପ୍ରେମିକା ପଥର l
ତୁମ ଛଡ଼ା କେହି ଯେମିତି ନ କୁହନ୍ତା ମୋତେ
ୟା ଉପରେ ଏକା ମୋର ଅଧିକାର ।