ସୁ ସମ୍ବାଦ
ସୁ ସମ୍ବାଦ
ଛାତ୍ର : କି ସୁସମ୍ବାଦ ଆଣିଅଛୁ
ଯାଉଅଛୁ ତୁ କେଉଆଡେ,
କେଉଁ ରାଇଜରେ ତୋ ଘର
ଯାଉଛୁ କିଆଁ ଆମ ବାଡେ l
ଚାକର : ବର୍ଷା ଆସୁଛି, ସୁ ସମ୍ବାଦ
କହିବାକୁ ମୁଁ ଆସିଅଛି,
ମାଟିରେ ଘର ସେ ମୋ ରାଜ୍ୟ
ତୁମ କାନ୍ଥେ ରହି କହୁଛି l
ଛାତ୍ର : କିଏ ତୋ ରାଜା, କା ଚାକର
କିଏ ତୋତେରେ ପଠାଇଛି,
ଆମ କାନ୍ଥ ଉପରେ ଚଢି
କହିବାକୁ କିଏ କହିଛି l
ଚାକର : ମୋର ରାଜା ବରଷା ଋତୁ
ତାହାର ଅଟେ ମୁଁ ଚାକର,
ସେ ପଠାଇ ବଳ ଦେଇଛି
କହିବାକୁ ଏହି ଖବର l
ଛାତ୍ର : କ୍ଷମା କର , ହାତ ଯୋଡୁଛି
ମୋର ଭୁଲ ହୋଇଯାଇଛି,
ନ ଜାଣି ମୁହିଁ କେତେ କଥା
ଏହିପରି କହି ଦେଇଛି l
ଚାକର : ତୋର କିଛି ଭୁଲ ହୋଇନି
ଜୋଇଛି ସବୁ ତୋର ଠିକ,
ନ ପଚାରିଲେ କେମିତି ତୁ
ହେବୁ ପ୍ରକୃତରେ ଚାଲାକ l
ଛାତ୍ର : ଧାନ୍ୟରେ ଚାକର ତୋ କାର୍ଯ୍ୟ
ଧନ୍ୟ ତେଲୁଣିଆ ପୋକ,
ଖାଇବୁ ଆ ଆମ ଘରକୁ
ଲାଗୁଥିବ ଭାରି ଭୋକ l
ଚାକର : ଆଜିକାଲି ସଂସାରେ ଖାଇବା
ନୁହଁଇ କେବେ ବଡ କଥା,
ଯାଉଛି ବାପ, ଡେରି ହେଲାଣି
କାଟି ଦେବେ ରାଜା ମୋ ମଥା l
ଛାତ୍ର : ଛୋଟ ପୋକକୁ ଘୃଣା କରନି
ସେ ଅଟେ ଆମ ପରି ଜୀବ,
ତା ପାଖେ ଯେଉଁ ଜ୍ଞାନ ଥାଏ
ଆମ ପାଖେ ତାହା ନଥିବ l