ଜୀବନ ଦୋଛକିରେ
ଜୀବନ ଦୋଛକିରେ
ଅସହାୟ ବୈଶାଖ ଜାଞ୍ଜି !
ପୋଡ଼ିିଦିଏ , ଜାଳିିିିଦିଏ ଜୀବନକୁ
ମୁଁଁ ଦୌଡେ ! ତଥାପି ଦୌଡେ ,
ପଥକ୍ଲାନ୍ତ ହୋଇ ଶାନ୍ତି ଖୋଜେ
ସମୟର ଅନୁକୂଳରେ ,
ଲମ୍ବା ଚଉଡ଼ା ବରଗଛ ଆଲିଙ୍ଗନ ପାଇଁ ହାତ ମେଲାଏ ।
ମୋର ତ କ୍ଳାନ୍ତ ଶରୀର
ଶୋଇପଡେ ଟିକେ ତା କୋମଳ ସ୍ପର୍ଶ ପାଇ ।
ମଳୟ ଏ କି ଶୀତଳତା ଢାଳେ ,
ମୁଁଁ ତ ହଜିଯାଏ ବରଗଛ ତଳେ ।
ସ୍ବପ୍ନ ଦେଖେ ଅନେକ ,
ନିଦ ଭାଙ୍ଗିଗଲା ପରେ
ସବୁୁ କିଛିି ଅନ୍ଧକାରମୟ ।
ମୁଁଁ ପୁନଶ୍ଚ ଦୌଡେ ଏବଂ ଦୌଡେ
ଆଲୋକର ସନ୍ଧାନ ପାଇଁ ।
