STORYMIRROR

ଶିଶିର ସାହୁ ମନୋଜ

Fantasy

4  

ଶିଶିର ସାହୁ ମନୋଜ

Fantasy

କୌଣସି ସହର, ସହର ନଥାଏ

କୌଣସି ସହର, ସହର ନଥାଏ

1 min
434

କୌଣସୀ ସହର, ସହର ନଥାଏ

ନଥାଏ କୌଣସୀ ଗାଆଁ

ଥାଏ କେବଳ ସ୍ମୃତି

ସେଇ ସମୟ ଯାହା ।

ଆମେ ସେଠାରେ ବିତାଇ ଥାଅନ୍ତି

ସେଇ ଲୋକ ମାନଙ୍କର ସ୍ମୃତି

ଯେଉଁମାନେ ଆମକୁ

ଅବା ଆମେ ସେମାନଙ୍କୁ ଭୂଲିଯାଅନ୍ତି

ଏମିତିବି ହୁଏ କେଭେ ନଯାଇ ସେ ସହର ଟା

ବି ବଡ ଭଲ ଲାଗେ ।

ରହୁଥାନ୍ତି ଯେହେତୁ

କେହି ହୃଦୟର ପ୍ରାଣ ପ୍ରିୟ

ସେମିତିଆ ସହର ର ନାମ ନେଲା ମାତ୍ରେ

ଓଷ୍ଠେ ହସ ଫୁଟେ ।

ପୁଣି କୌଣସୀ ସହରକୁ ଖୁବ ଘୃଣା କରୁଁ ମନେ

କି ଯଦି କେବେ ପାର ହେବାକୁ ସହରଟା

ଥାଏ ଗନ୍ତବ୍ୟ ସ୍ଥଳ ମଧ୍ୟରେ

ନିଦ୍ରା ନ ଥାଇ ବି ଚକ୍ଷୁ ବନ୍ଦ କରୁଁ କାହିଁକି

ଦ୍ବିଧାରେ

କାହିଁକିନା ସେଠି ଦେଇଥିଲା କେହି ଧୋକା

ପାଇଥିଲା ଆଘାତ ଆମ ହୃଦୟଟା କେବେ

ବର୍ଷ ବର୍ଷ ସେଠି ରହି ମଧ୍ୟ

ବେଳେ ବେଳେ

ସହରଟାକୁ ଠିକ ସେ ଜାଣିନଥାନ୍ତି ଆମେ

ଯେଣୁ ପାଇନଥିଲେ

କି ହଜାଇନଥିଲେ କିଛି ବି ତହିଁ ଆମେ

ମୁଁ କହୁଥିଲି ନା !

ସହର ସହର ନଥାଏ ,

ଥାଏ କେବଳ ସ୍ମୃତି ।



Rate this content
Log in

Similar oriya poem from Fantasy