STORYMIRROR

ଶିଶିର ସାହୁ ମନୋଜ

Abstract

3  

ଶିଶିର ସାହୁ ମନୋଜ

Abstract

କ୍ଷୁଦ୍ରତୃଣ ପରି

କ୍ଷୁଦ୍ରତୃଣ ପରି

1 min
214

କ୍ଷୁଦ୍ର ତୃଣ ପରି ଜୀବନ ମୋହର

ଅସାର ସଂସାରେ ନିଃସଙ୍ଗ ନଶ୍ବର


ସମୟ ମୋହର ଅତ୍ୟଳ୍ପ ସଂସାରେ

ତଥାପି ବଞ୍ଚେନା କାହାର ଦୟାରେ


ଚାହେଁ ସଂସାର ମଙ୍ଗଳକାମନା

ନାହିଁ ମନରେ କଞ୍ଚିତ ବାସନା


କ୍ଷୂଦ୍ର ତୃଣପରି...


ଦେଲେ ନିଏ ନାହିଁ ଦୟା କି ଆଦରେ

ପରିଶ୍ରମ କରି ତାହା ପ୍ରାପ୍ତକରେ


କୁହନ୍ତି ଜଗତେ ଯାଯାବର ମୋତେ

ଭିକାରୀ ସନ୍ୟାସୀ ନାମ କେତେ କେତେ


କ୍ଷୂଦ୍ର ତୃଣ ପରି...


ସ୍ବାଭିମାନ ମୋର ଅମୂଲ୍ୟ ସମ୍ପଦ

ମୋ ମନ ଖୋଜେନା ସୁରମ୍ୟ ପ୍ରାସାଦ


ଅଳ୍ପରେ ସନ୍ତୁଷ୍ଟ ଜୀବନ ମୋହର

ଆଶା କରେ ନାହିଁ ରାଜସମ୍ମାନର


କ୍ଷୂଦ୍ରତୃଣ ପରି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract