STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ବରଷା

ବରଷା

1 min
132

ଅଦିନିଆ ବର୍ଷା ଇଏ ମନେ ବରଷିଲା

ଅଜଣାରେ ମନକୁ ମୋ କିଏ ଚୋରୀ କଲା


ଆଶାଢର ବରଷାରେ ଭିଜିଗଲା ସବୁ

ଅମାନିଆ ମନକୁ ମୋ କଲା କିଏ କାବୁ


ଅକୁହା ସେ କଥା ସବୁ କହିଯାଏ ମନ

ଶୁଣନ୍ତା କି କେହୁ ଅବା ମୋର ପ୍ରିୟଜନ


ଅନାଥ ମୋ ମନଥିଲା ପ୍ରେମର ସଂସାରେ

ଅମାପ ସେ ପ୍ରୀତିଦେଲା କ୍ଷଣକ ମଧ୍ଯରେ


ଅତିଥୀ ସେ ଥିଲା ମୋର ହୃଦୟ ସହରେ

ଆଜି ଦେଖ ଅଧିକାରୀ ମନ ଅନ୍ତଃପୁରେ


ଆଉ କେବେ ବରଷିବ ମନରେ ବରଷା

ଅତୀତକୁ ଚିନ୍ତାକରେ ମନ ମୋ ସହସା


ସ୍ବାଭିମାନୀ ମନ ମୋର ଅଭିମାନ କରେ

ଅସମୟେ ଚାଲିଗଲ ଚାହିଁଲନି ଥରେ


ଆକାଶ ମନର ମୋ ଆଜି ଖାଲିଟି ପଡିଛି

ଆସ ଥରେ ପ୍ରିୟ ତୁମେ ଲୋଡା ନାହିଁ କିଛି


ଆଶା ଥିଲା ବରଷିବ ଆଜୀବନ ତୁମେ

ଅବିବେକୀ ହେଲ ପ୍ରିୟ ଛାଡିଗଲ ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract